୬୨ ବର୍ଷ ବୃଦ୍ଧାଙ୍କୁ ମିଳୁନି ରାସନ କାର୍ଡ
- ନୀଳଗିରି,୧/୯(ସିଧା ସମ୍ବାଦ): ୬୨ ବର୍ଷ ପରେ ବି ବୃଦ୍ଧାଙ୍କୁ ମିଳୁନି ରାସନ କାର୍ଡ ମିଳି ନ ଥିବା ନେଇ ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆପାଟଣା ଗ୍ରାମର ରୁକ୍ମଣୀ ମଲିକ( ୬୫ ) ଦୀର୍ଘ ୩୦ ବର୍ଷଧରି ରାସନ କାର୍ଡ ଆବେଦନ କରିଥିଲେ ବି ଏ ପ୍ରଯ୍ୟନ୍ତ ମିଳୁନାହିଁ। ରାସନ କାର୍ଡ ପାଇଁ ପଂଚାୟତ ଅଫିସ ଠୁଁ ବ୍ଲକ ପ୍ରଯ୍ୟନ୍ତ ଦୌଡ଼ି ନୟାନ୍ତ ହେଲେଣି, କିଛି ମାସ ପୂର୍ବେ ପ୍ରଶାସନ ପକ୍ଷରୁ ରାସନ କାର୍ଡ ପାଇଁ ଇନକ୍ୱାୱାରୀ କରାଯିବା ପରେ ekyc ମଧ୍ୟ କରାଯାଇଥିଲା।ପରେ ରାସନ କାର୍ଡ ସମସ୍ତ ଙ୍କୁ ମିଳିଲା କିନ୍ତୁ ରୁକୁମଣି ମିଳିଲା ନାହିଁ।ଏ ବାବଦରେ ଔପଦା ବ୍ଲକ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଯୋଗାଯୋଗ କରିଲା ପରେ, କାହିଁକି ରାସନ କାର୍ଡ ମିଳୁନାହିଁ ବୋଲି ପଚାରିବାରୁ ଉତ୍ତର ଅପେକ୍ଷା କର ବୋଲି କହିଛନ୍ତି।ଲୋକମାନଙ୍କ ପାଇଁ ସରକାର ଙ୍କର ଯୋଜନା ହେଉଛି ସତ,କେବଳ କାଗଜ କଲମ ରେ ସୀମିତବୋଲି ଅଭିଯୋଗ ହୋଇଛି।ଯୋଗ୍ୟ ହିତାଧିକାରୀ ଙ୍କୁ ତୁରନ୍ତ ତାଙ୍କୁ ରାସନ କାର୍ଡ ଦେବାକୁ ସାଧାରଣ ରେ ଦାବି କରାଯାଇଛି।
