ଭିନ୍ନକ୍ଷମ ଙ୍କ ପାଇଁ ସାତ ସପନ ପାଲଟିଛି ପ୍ରଧାନମନ୍ତ୍ରୀ
ଆବାସ ଘର
ନୀଳଗିରି,୧/୯(ସିଧା ସମ୍ବାଦ): ଜୈନିକା ଭିନ୍ନକ୍ଷମ ମହିଳା ଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବସ ସାତ ସ୍ୱପ୍ନ ପାଲଟିଛି ।ସୂଚନାଯୋଗ୍ୟ ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତଅଧିନସ୍ଥ ଜୁରିଆପାଟଣା ଗ୍ରାମ ର ସ୍ୱରସ୍ୱତୀ ମଲିକ ଙ୍କ ଝିଅ ମଞ୍ଜୁ ମଲ୍ଲିକ(୫୩) ୮୦ପ୍ରତିଶତଭିନ୍ନକ୍ଷମ ଅଟନ୍ତି। ବର୍ତମାନ ସେ ସରକାରୀ ଯୋଜନା ରୁ ବଂଚିତ ଅଛନ୍ତି।ଚଳିତ ମାସ ଜୁଲାଇ ୨୭ ତାରିଖ ରେ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟା ଜଳରେ ତାଙ୍କ ଘର ଭିତରେ ଆଣ୍ଠିଏ ପାଣି ଜମି ରହିଥିଲା।ନୀଳଗିରି ତହସିଲଦାର ଓ ସନ୍ତରାଗଡିଆ ରାଜ୍ୱସ ନିରକ୍ଷଙ୍କ ଅଧିକାରୀ ପହଂଚି ଇନକ୍ୱାୱାରୀ କରିଥିଲେ । କିନ୍ତୁ ଏ ପ୍ରଯ୍ୟନ୍ତ ସରକାରୀ ସହାୟତା ତାଙ୍କୁ ମିଳିପାରିଲା ନାହିଁ। ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଯୋଜନା ହୋଇଥିଲେ ବି ତାଙ୍କ ପାଖରେ ପହଂଚି ବା ସାତ ସପ୍ନ ପାଲିଟିଛି।ତୁରନ୍ତ ଭିନ୍ନକ୍ଷମ ମହିଳା ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ପ୍ରଦାନ କରିବାକୁ ସାଧାରଣ ରେ ଦାବି କରାଯାଇଅଛି।