ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ ସବ୍ୟସାଚୀ ।
*ଛାତ୍ର/ଛାତ୍ରୀଙ୍କ ସହ ବୃକ୍ଷରୋପଣ ଓ ଯୁବପିଢ଼ିଙ୍କୁ ଦେଲେ ନିଶାମୁକ୍ତର ବାର୍ତ୍ତା।
*ସଂସ୍କାର କେନ୍ଦ୍ର ପରିବାରପକ୍ଷରୁ ପ୍ରବୋଧନ’ କାର୍ଯ୍ୟକ୍ରମ ଅନୁଷ୍ଠିତ।
ନୀଳଗିରି ,ତା,୬।୯(ସିଧାସମ୍ବାଦ): ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ସମାଜ ପାଇଁ ଏକ ସଚେତନତାର ବାର୍ତ୍ତା ଦେଇଛନ୍ତି, ଶିଶିର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ଓ ସ୍ଵର୍ଣ୍ଣଚୁଡ ଯୁବ ମହୋତ୍ସବ କମିଟି ର ଅଧକ୍ଷ ତଥା ନୀଳଗିରି ଉପଖଣ୍ଡ ର ଯୁବ ସମାଜସେବୀ ସବ୍ୟସାଚୀ ମହାପାତ୍ର। ଜନ୍ମଦିନ ଅବସରରେ ଆଡ଼ମ୍ବର ଠାରୁ ଦୂରେଇ ସମାଜସେବା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସବ୍ୟସାଚି। ନୀଳଗିରି ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ପକ୍ଷରୁ ନୀଳଗିରି ଏନଏସି ଅଧିନସ୍ଥ ୩ନମ୍ବର ୱାର୍ଡ ଶାଳବନ୍ଧ ପଡ଼ିଆରେ ପ୍ରଥମ ଥର ପାଇଁ ‘ସଂସ୍କାର କେନ୍ଦ୍ର ପରିବାର ପ୍ରବୋଧନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଞ୍ଜିନିୟର ଶ୍ୟାମସୁନ୍ଦର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମ ପୂର୍ବରୁ ସବ୍ୟସାଚୀ ମହାପାତ୍ର ନିକଟସ୍ଥ ମା’ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେଇଥିଲେ। ପରେ ସରସ୍ୱତୀ ବିଦ୍ୟାମନ୍ଦିରର କୁନି କୁନି ଛାତ୍ର/ଛାତ୍ରୀ ଓ ଗୁରୁଜୀ-ଗୁରୁମାଙ୍କ ସହିତ ମିଶି ପରିବେଶ୍ ସୁରକ୍ଷା ପାଇଁ ବୃକ୍ଷରୋପଣ କରିଥିଲେ। ଜନ୍ମଦିନର ଅବସରରେ ସବ୍ୟସାଚୀ ଯୁବପିଢ଼ିଙ୍କୁ ଧଳା ଜହର ଠାରୁ ଯୁବପିଢ଼ି ଦୂରେଇ ରହି ନିଶାମୁକ୍ତ ଜୀବନ ଆପଣାଇବାକୁ ଆହ୍ୱାନ ଦେଇଥିଲେ। ନିଶା ଠାରୁ ଦୂରେଇ ଶିକ୍ଷା, ସଂସ୍କାର ଓ ସମାଜସେବା ପ୍ରତି ଯୁବପିଢ଼ି ଆଗ୍ରହୀ ହେବା ଆବଶ୍ୟକ ବୋଲି ସେ ବାର୍ତ୍ତା ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିଳ୍ପୀ କେଶୁ ଦାସ, ସଂସ୍କାର କେନ୍ଦ୍ର ପରିବାର ର ଜିଲ୍ଲା ପ୍ରମୁଖ କିରଣ କୁମାର ମହାରଣା,ନୀଳଗିରି ସରସ୍ଵତୀ ବିଦ୍ୟା ମନ୍ଦିର ର ସମ୍ପାଦକ ପ୍ରଦୀପ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି
ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କ୍ଷେତ୍ରରେ ସ୍ଵତନ୍ତ୍ର ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଯୋଗ୍ୟ, ନୀଳଗିରି ଉପଖଣ୍ଡ ରକ୍ତଦାତା ସଂଘ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ରବି ରାଉତଙ୍କୁଶ୍ରୀ ମହାପାତ୍ର ମଞ୍ଚରେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସମାଜସେବୀ ସବ୍ୟସାଚୀଙ୍କ ଏଭଳି ନିଆରା ଜନ୍ମଦିନ ପାଳନକୁ ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ ଢେର ସାରା ପ୍ରଶଂସା କରି ଥିବା ଦେଖା ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଚିନ୍ମୟ ଶରଣ ରାଉତ, ସନ୍ଦୀପ ସ୍ବାଇଁ, ଧବଳେଶ୍ବର ନନ୍ଦ, ବଳରାମ ସିଂ, ଟିକିମୁଦୁଲି, କାଉନସିଲର ପ୍ରତିମା ମୁଦୁଲି, ଗଙ୍ଗାଧର ଦାସ, ମାନିଆ ଦ୍ଵିବେଦୀ,ଶୁକ ଦାସ, ରାଜେନ୍ଦ୍ର ନାୟକ, ଭାବନୀ ଶଙ୍କର ଦାସ,ପ୍ରଭାତୀ ନାୟକ, ଅପରାଜିତା ମହାନ୍ତି,ନିଳମାଧବ ଆଚାର୍ଯ୍ୟ,ରମାକାନ୍ତ ପ୍ରଧାନ,ସୁଶାନ୍ତ ପାତ୍ର,ଶ୍ରୀଧର ପାତ୍ର, ପ୍ରଭା ମଞ୍ଜରି ନାୟକ,ସମର୍ପିତ। କାନୁନଗୋ,ମିନତି ରାଉତ,ଜଗନ୍ନାଥ ବେହେରା,ପ୍ରଣତି ଜେନା,ରବୀନ୍ଦ୍ର ବାରିକ,ରୋଜାଲିନରାଉତ, କ୍ଷେତ୍ର ମୋହନ ଦାସ ଓ ହରିଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।