ସନ୍ତରାଗଡିଆ ଡାକ୍ତରଖାନାରେ ଅସାମାଜିକ ଯୁବକଙ୍କ ଉନ୍ମତ୍ତ କାଣ୍ଡ।
ଥାନାରେ ଅଭିଯୋଗ।
ନୀଳଗିରି , ତା ୬।୯(ସିଧାସମ୍ବାଦ):ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡିଆ ସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ଏହି ଚିକିତ୍ସାଳୟରେ ଅନୁଜ୍ କୁମାର ଦାସ ସିକୁରିଟୀ ଗାର୍ଡ ଭାବରେ କାମ କରନ୍ତି । ଗତ ୩ ତାରିଖ ଦିନ ବହୁ ରୋଗୀ ଆସିଥିବା ବେଳେ ସେଇ ସମୟରେ ଗାର୍ଡ ଅନୁଜ ରୋଗୀ ମାନଙ୍କୁ ଧାଡ଼ି ବାନ୍ଧି ଜଣକ ପରେ ଜଣେ ଡାକ୍ତର କିଶୋର ଚନ୍ଦ୍ର ପ୍ରଧାନଙ୍କ ପାଖକୁ ଛାଡୁ ଥିଲେ । ରୋଗୀ ଧିରେ ଧିରେ କମି ଆସିଲେ ଆଉ ଦୁଇ ତିନି ଜଣ ରୋଗୀ ଥାଆନ୍ତି, ହଠାତ୍ ଡାକ୍ତରଖାନା ଭିତରକୁ ମଦ ପିଇ ନିଶା ଗ୍ରସ୍ତରେ ଅଙ୍କୁର ଖୁଣ୍ଟା ଗ୍ରାମର କାଳିଆ ଓରଫ ଲକ୍ଷ୍ମୀକାନ୍ତ ବାରିକ(୪୦) ହଠାତ ଅନୁଜଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ୍ କରିବା ସହିତ ତମକୁ କିଏ କହିଲା ବ୍ଲଡ ପ୍ରେସର ମାପିବାକୁ, ତମ ଡାକ୍ତରଙ୍କୁ ଡାକ, ହଟାତ୍ ପାଟି ତୁଣ୍ଡ ଶୁଣି ଡାକ୍ତର ପ୍ରଧାନ ନିଜ ଚୌକି ରୁ ଉଠିଆସି ତାଙ୍କୁ ମଧ୍ୟ ଗାଳି ଗୁଲଜ୍ କରି ପ୍ରେସର୍ ମାପିବା କଥା ମଧ୍ୟ କହିଥିଲେ , ଅନୁଜ ଓ ଡାକ୍ତର ପ୍ରଧାନ ଅନୁରୂପ ମନ୍ତବ୍ୟ ଦେଲେ ଯେ ‘ ଡାକ୍ତରଖାନାରେ ଯେଉଁ ମାନେ କାର୍ଯ୍ୟରତ କର୍ମଚାରି ଅଛନ୍ତି ସେମାନେ ସମସ୍ତ କାମରେ ସହଯୋଗ କରି ପାରିବେ। ସେ କୌଣସି କଥା ନଶୁଣି ନିଶାରେ ଗାଳି ଗୁଲଜ କରି ଚାଲିଯିବା ବେଳେ ବାହାରକୁ ଆବେ ତୋତେ ବହୁତ୍ ମାଡ ହେବ, ତୋ ପିଠିରୁ ଛାଲ ଉତାରି ଦେବି ବୋଲି ଧମକ ଦେଇଥିଲେ । ଏଥିରେ ଅନୁଜ ଓ ଡାକ୍ତର ପ୍ରଧାନ ଡରି ବାହାରକୁ ଯାଇନଥିଲେ । ଲକ୍ଷ୍ମୀକାନ୍ତର ଅତ୍ୟନ୍ତ ଅଶ୍ଳୀଳ କଥା ଶୁଣି ରୋଗୀ ମାନେ ଡାକ୍ତରଙ୍କୁ ନଦେଖାଇ ଘରକୁ ପଳାଇଥିଲେ । ଲକ୍ଷ୍ମୀକାନ୍ତ ଡାକ୍ତରଖାନାରେ ଭିତରେ ପଶି କରିଥିବା ଭିଡିଓ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିଛନ୍ତି । ଈଶ୍ଵରପୁର ଡାକ୍ତରଖାନାରେ ଡ୍ୟୁଟିରେ ଥିବା ଡାକ୍ତର ଦେବି ପ୍ରସନ୍ନ ପଣ୍ଡାଙ୍କୁ ୫ରୁ ୬ ଥର ମୋବାଇଲ୍ ଦ୍ୱାରା ଫୋନ୍ କରି ସେ ଅନୁଜ ସିକୁରିଟୀ ଗାର୍ଡ କୁ ଚାକିରୀରୁ ବରଖାସ୍ତ କରନ୍ତୁ ନହେଲେ ତମ ନାମରେ ମୁଁ କେସ କରିବି ବୋଲି ଧମକ ଦେଉଛି । ଡାକ୍ତର ପଣ୍ଡା ମଧ୍ୟ ସନ୍ତରାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ମଧ୍ୟ କରନ୍ତି । ଏହି ଭଳି ମଦ୍ୟପ ଲକ୍ଷ୍ମୀକାନ୍ତ ବାରିକ ପୂର୍ବରୁ ମଧ୍ୟ ବହୁ ବାରମେଡିକାଲ କୁ ଯାଇ ଏମିତି ବିନା ଦୋଷରେ ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗ ଉଠିଛି । ସେଠାରେ ଚାଲିଥିବା ନୂତନ ଗୃହ ନିର୍ମାଣକୁ ବିରୋଧ କରିଥିଲେ ଓ ଠିକାଦାରଙ୍କୁ ଟଙ୍କା ମାଗିଥିଲେ । ଅନୁଜଙ୍କ କହିବା ମୁତାବକ ଲକ୍ଷ୍ମୀକାନ୍ତ କରିଥିବା ଭିଡିଓ ସୋସିଆଲ ମିଡିଆରେ ଅପମାନ ଜନକ ପ୍ରଚାର ପ୍ରସାର କରିଛନ୍ତି । ତାଙ୍କ ଫଟୋକୁ ଏ ଆଇ କରି ସେକ୍ସ ଡାକ୍ତର ଫୋଟୋ କରି ଛାଡୁଛନ୍ତି । ଏ ସବୁ ବିଷୟକୁ ନେଇ ସିକୁରିଟୀ ଗାର୍ଡ ଅନୁଜ କୁମାର ଦାସ ଲିଖିତ ଆକାରରେ ଈଶ୍ଵରପୁର ଫାଣ୍ଡିରେ ଏକ ଏତଲା ଦାଏର କରିଛନ୍ତି । ଈଶ୍ଵରପୁର ଫାଣ୍ଡି ଅଫିସର୍ ଏନ୍ କେ ନାୟକ ଏହି ଘଟଣାକୁ ତଦନ୍ତ ଜାରି ରଖିଛନ୍ତି ।