ଖଣ୍ଡପଡ଼ା ଅବକାରୀ ବିଭାଗ ର ଚଢ଼ାଉ ବିଫଳ ଫରୀମାଣର‌‌ମଦଫ୍ରିଜବତ

👇समाचार सुनने के लिए यहां क्लिक करें

ଖଣ୍ତପଡା ୨|୧୦ (ସିଧା ସମ୍ବାଦ) ଖଣ୍ଡପଡ଼ା ଅବକାରୀ ବିଭାଗ କର୍ମଚାରୀମାନେ ଫତେଗଡ ଥାନା ଅଧୀନ ଝଗଡପଡା ଗ୍ରାମରେ ଅଚାନକ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ରତିକାନ୍ତ ନାୟକ(୨୭) କୁ ଗିରଫ କରିଥିବା ଜଣାଯାଇଛି।ମଦ ବେପାରୀଙ୍କ ଘରୁ ୨୪ ଲିଟର ବିଦେଶୀ ମଦ,୧୮ ଲିଟର ବିଅର ଓ ୧୫ ଲିଟର ଦେଶୀ ମଦ ସହ ଏକ ଫ୍ରିଜର ଜବତ ହୋଇଥିବା ଜଣାଯାଇଛି।ଚଢାଉ ଅଭିଯାନରେ ଅବକାରୀ ଏସଆଇ ସତ୍ଯପ୍ରିୟ ସ୍ବାଇଁଙ୍କ ସମେତ ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ମିତା ନାୟକ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ କର୍ମଚାରୀମାନେ ସାମିଲ ହୋଇଥିଲେ। ଏ ସଂର୍ପକରେ ଖଣ୍ଡପଡ଼ା ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें