ଖଣ୍ଡପଡ଼ା ୨|୧୦ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକର କୋସକା ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମସ୍ଥିତ ନିତ୍ବାସା ବୃଦ୍ଧାଶ୍ରମ ପରିସରରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଅନୁଷ୍ଠାନର ମୁଖ୍ଯ ପରିଚାଳକ ସନ୍ତୋଷ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କୋସକା ପଞ୍ଚାୟତର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ଦିବସ ପାଳନର ଗୁରୁତ୍ବ ସଂପର୍କରେ ଆଲୋକପାତ କରିଥିଲେ।ଗ୍ରାମାଞ୍ଚଳରେ ବାସ କରୁଥିବା ବରିଷ୍ଠ ନାଗରିକମାନେ ଯେପରି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ସାମିଲ ହୋଇ ପାରିବେ ସେ ନେଇ ଅତିଥିମାନେ ମତ ଦେବା ସହ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବା ନିମନ୍ତେ ନିତ୍ବାସା ସାମାଜିକ ସଂଗଠନ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।ପରେ ଅନୁଷ୍ଠାନ ପକ୍ଷରୁ ଅନ୍ତେବାସୀଙ୍କ ସହ କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।(ଫଟୋ ପଠାଇଛି)
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
👇समाचार सुनने के लिए यहां क्लिक करें
और पढ़ें
- विज्ञापन