ଖଣ୍ଡପଡ଼ା ସହର ପରିକ୍ରମା କଲା ସୁଜଳ ରଥ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୩|୧୦ (ସିଧା ସମ୍ବାଦ) ପାନୀୟ ଜଳର ସୁ ବିନିଯୋଗ ସହ ଜଳବାହିତ ରୋଗର କାରଣ ଓ ଭୟାବହତା ସଂର୍ପକରେ ସହରବାସୀଙ୍କୁ ସଚେତନ କରିବାର ମହତ ଲକ୍ଷ୍ଯ ନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁଜଳ ରଥ ଖଣ୍ଡପଡ଼ା ସହର ପରିକ୍ରମା ଆରମ୍ଭ କରିଥିବା ଜଣାଯାଇଛି।ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ତ୍ରିଲୋଚନ ବେହେରା କାର୍ଯ୍ଯାଳୟ ପରିସରରେ ପତାକା ଦେଖାଇ ସୁଜଳ ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପରେ ସୁଜଳ ରଥ ଖଣ୍ଡପଡ଼ା ସହରର ୧୩ ଟି ଓ୍ବାର୍ଡ ପରିକ୍ରମା ଆରମ୍ଭ କରିଥିବା ଜଣାଯାଇଛି।ପାନୀୟ ଜଳର ଅପଚୟ ରୋକିବା,ଜଳର ସୁ ବିନିଯୋଗ କରି ଭବିଷ୍ଯତ ପିଢୀ ପାଇଁ ଜଳ ସଂରକ୍ଷଣ କରି ରଖିବା କାର୍ଯ୍ଯକ୍ରମର ମୁଳ ଲକ୍ଷ୍ଯ ଅଟେ ବୋଲି ବିଭାଗୀୟ କାର୍ଯ୍ଯାଳୟ ସୂତ୍ରରୁ ଜଣାପଡିଛି।(ଫଟୋ ପଠାଇଛି)

Sidha Sambad
Author: Sidha Sambad

Leave a Comment

और पढ़ें