ତିରୁବନନ୍ତପୁରମ୍: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଜଡ଼ିତ ୨୦୦୬ ମସିହାର ଏକ ପୁରୁଣା ମାମଲାକୁ ନେଇ କେରଳ ସରକାର ପୁଣିଥରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେରଳର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ଭିଜିଲାନ୍ସ ଆଣ୍ଡ ଆଣ୍ଟି-କରପ୍ସନ ବ୍ୟୁରୋ (VACB)କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। �
୨୦୦୬ରେ ଜ୍ଞାନେଶ କୁମାର କେରଳ PWDର ସଚିବ ଥିବା ସମୟରେ Kerala State Transport Project (KSTP) ଅଧୀନରେ MC Road ଉନ୍ନତିକରଣ ପ୍ରକଳ୍ପକୁ ନେଇ ଅନିୟମିତତା ଅଭିଯୋଗ ଉଠିଥିଲା। ଏହି ପ୍ରକଳ୍ପ ସହ ଜଡ଼ିତ ମାଲେସିଆନ୍ ସିଭିଲ୍ ଇଞ୍ଜିନିୟର ଲି ସି ବିନ୍ଙ୍କ ଆତ୍ମହତ୍ୟା ପରେ ମାମଲାଟି ଚର୍ଚ୍ଚାକୁ ଆସିଥିଲା। �
ରିପୋର୍ଟ ଅନୁସାରେ, ଇଞ୍ଜିନିୟରଙ୍କ ଆତ୍ମହତ୍ୟା ନୋଟ୍ରେ ଜ୍ଞାନେଶ କୁମାରଙ୍କ ନାମ ଥିବା ଦାବି କରାଯାଇଛି। ୨୦୦୬ରେ ଏହି ଘଟଣାକୁ ନେଇ ପ୍ରାଥମିକ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଗକୁ ବଢ଼ିନଥିବା ଅଭିଯୋଗ ରହିଛି। �
ଏବେ ପୁରୁଣା ମାମଲାର ଫାଇଲ୍ଗୁଡ଼ିକୁ ପୁଣି ଯାଞ୍ଚ କରିବା ସହ ତଦନ୍ତ କାହିଁକି ଅଟକିଥିଲା ଏବଂ କୌଣସି ବାହ୍ୟ ପ୍ରଭାବ ଥିଲା କି ନାହିଁ, ସେନେଇ ଯାଞ୍ଚ କରାଯିବ। �
#SidhaSambad #GyaneshKumar #Kerala #KeralaGovernment #VigilanceProbe #VACB #CEC #ElectionCommission #PWD #KSTP #LeeSeeBeen #2006Case #Investigation #OdishaNews #SidhaSambadNew