ବଲିଉଡ୍‌କୁ ବଡ଼ ଝଟ୍‌କା: ହୃଦଘାତରେ ଚାଲିଗଲେ ବରିଷ୍ଠ ଅଭିନେତା ନାନା ପାଟେକର, ୭୫ ବର୍ଷ ବୟସରେ ପରଲୋକ I

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ / ମୁମ୍ବାଇ:

ଭାରତୀୟ ସିନେ ଜଗତରେ ଶୋକର ଛାୟା। ଆରପାରିକୁ ଚାଲିଯାଇଛନ୍ତି ସୁପ୍ରସିଦ୍ଧ ବରିଷ୍ଠ ଅଭିନେତା ନାନା ପାଟେକର। ୭୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଗୋଆସ୍ଥିତ ବାସଭବନରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସିନେମା ଜଗତରେ ନିଜର ଦମଦାର୍ ଆକ୍ଟିଂ, ନିଆରା ଡାଇଲଗ୍ ଡେଲିଭରୀ ଏବଂ ଶାଣିତ ଅଭିନୟ ପାଇଁ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ‘ପ୍ରହାର’, ‘କ୍ରାନ୍ତିବୀର’, ‘ଅଗ୍ନିସାକ୍ଷୀ’, ‘ୱେଲକମ୍’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ତାଙ୍କର ଜୀବନ୍ତ ଅଭିନୟ ସଦାସର୍ବଦା ସ୍ମରଣୀୟ ହୋଇରହିବ। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବଲିଉଡ୍ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଫ୍ୟାନ୍ସମାନେ ଶୋକପ୍ରକାଶ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें