ଆଦର୍ଶ ବିହୀନ ଆଦର୍ଶବିଦ୍ୟାଳୟ। କୋଟାରେ ମେଧାବୀ ଚୟନ।

👇समाचार सुनने के लिए यहां क्लिक करें

ନୀଳଗିରି,୨୨/୩(ସିଧା ସମ୍ବାଦ);
ରାଜ୍ୟ ସରକାର ମୁଖ୍ୟତଃ ମେଧାବୀ ପିଲାମାନଙ୍କୁ ଶିକ୍ଷାକ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ଶିକ୍ଷାପ୍ରଦାନ ସହିତ ଆର୍ଥିକ ଅନଗ୍ରସର ପିତାମାତାଙ୍କର ଋଣବୋଝରୁ ଚିନ୍ତାମୁକ୍ତ କରି ମେଧାବୀଚୟନ ମାଧ୍ୟମରେ ଉପଯୁକ୍ତ ପିଲାଙ୍କୁ ଚୟନକରି ଆଦର୍ଶ, ଏକଲବ୍ୟ ଆଧୁନିକ ଶିକ୍ଷାବ୍ୟବସ୍ଥା ଗଠନ କରିଛନ୍ତି। ଫଳରେ ଧନୀକଶ୍ରେଣୀର ପିଲାଙ୍କଭଳି ସାଧାରଣ ଲୋକଙ୍କ ପିଲାମାନେ ମଧ୍ୟ ଉନ୍ନତମାନର ଶିକ୍ଷାସୁବିଧା ପାଇପାରିବେ। ମାତ୍ର ଶିକ୍ଷାନୁଷ୍ଠାନରେ ମଧ୍ୟ ପ୍ରିୟାପ୍ରୀତି ତୋଷଣ ସହିତ କୋଟା ର ବ୍ୟବସ୍ଥା ରହିଥିବାରୁ ମେଧାବୀ ପିଲାମାନେ ଉକ୍ତ ଶିକ୍ଷାନୁଷ୍ଠାନରେ ପଢ଼ିବାରୁ ବଞ୍ଚିତ ହେଉଛନ୍ତି।ଯାହାଫଳରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଭିଭାବକ ମାନସିକ ଅଶାନ୍ତିରେ ରହିବା ସହିତ ମେଧାଚୟନ ପ୍ରକ୍ରିୟାକୁ ନିନ୍ଦା କରିଛନ୍ତି। ଏଭଳି ଘଟଣା ନୀଳଗିରି ବ୍ଲକ ଜାମୁଡିହା ଆଦର୍ଶ ବିଦ୍ୟାଳୟରେ ଚଳିତ ୨୦୨୫ବର୍ଷ ଷଷ୍ଠଶ୍ରେଣୀରେ ମୋଟ ୮୦ଜଣ ପିଲାଙ୍କ ନାମଲେଖା ପାଇଁ ମେଧାଚୟନ କରାଯାଇଥିଲା। ସାଧାରଣବର୍ଗରୁ ୨୬ଜଣ ପିଲାଙ୍କୁ ଚୟନ କରାଯାଇଥିବା ବେଳେ ସେଥିରୁ ୪ଜଣ ଭିନ୍ନକ୍ଷମଙ୍କୁ ଏବଂ ଜଣେ ଏସ.ସି ପିଲାଙ୍କୁ ଚୟନ କରାଯାଇଛି। ଏସ.ଟି ବର୍ଗରୁ ୪୬ଜଣ ଏବଂ ଏସ.ସିବର୍ଗରୁ ୮ଜଣ ପିଲା ଚୟନକରାଯାଇ ଚୁଡାନ୍ତତାଲିକା ପ୍ରକାଶପାଇଛି।ଏହାବାଦ ୮ଜଣ ଛାତ୍ରଛାତ୍ରୀଙ୍କ ୱେଟିଂଲିଷ୍ଟ ପ୍ରକାଶିତ ହୋଇଛି। ତେବେ ମୁଖ୍ୟତଃ ସାଧାରଣ ବର୍ଗରେ ଚୟନହୋଇଥିବା ୨୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ଜଣ ଛାତ୍ରଛାତ୍ରୀ ସରକାରୀ ଚାକିରୀଆଙ୍କ ପିଲା ହୋଇଥିବା ବେଳେ ୨ଜଣଛାତ୍ର ସ୍ଥାନୀୟ ବିଧାୟକଙ୍କ ସୁପାରିଶ ବିଦ୍ୟାର୍ଥୀ ଏବଂ ୨ଜଣ ଛାତ୍ରୀ ଜିଲ୍ଲାପାଳଙ୍କ ସୁପାରିଶ ବିଦ୍ୟାର୍ଥୀ ଅଟନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ରାଜ୍ୟସରକାର ଶିକ୍ଷାକ୍ଷେତ୍ରରେ କୋଟାବ୍ୟବସ୍ଥା କରିଥିବାରୁ ୮ଜଣ ମେଧାବୀପିଲା ୪୦ନମ୍ବର ରଖି ୱେଟିଂଲିଷ୍ଟରେ ରହିଥିବା ବେଳେ ବିଧାୟକ ଏବଂ ଜିଲ୍ଲାପାଳଙ୍କ ସୁପାରିଶରେ ଚୟନହୋଇଥିବା ପିଲାମାନେ ୨୨,୨୮,୩୫, ୩୭ ନଂ ରଖିଛନ୍ତି। ଫଳରେ ମେଧାଚୟନ ପ୍ରକ୍ରିୟାକୁ ନାପସନ୍ଦ କରିଛନ୍ତି ଅଭିଭାବକ ସମେତ ଶିକ୍ଷାବିତ୍। ସୁପାରିଶ ପ୍ରକ୍ରିୟାକୁ ସେମାନେ ଗ୍ରହଣ କରିଥିବା ବେଳେ ଉପଯୁକ୍ତ ତଦନ୍ତ କରାଯାଇ ନିରାଶ୍ରୟ, ଗରିବ, ଅକ୍ଷମଶ୍ରେଣୀର ଅଭିଭାବକଙ୍କ ପିଲାମାନଙ୍କୁ ସୁପାରିଶ କରାଯାଇଥିଲେ ସ୍ବଚ୍ଛତା ଅବଲମ୍ବନ କରାଯାଇପାରିଥାନ୍ତା ବୋଲି ମତରଖିଥିବା ବେଳେ ଧନୀକ ଶ୍ରେଣୀର ପିଲାଙ୍କୁ ଏହି ଯୋଗ୍ୟତା ତାଲିକାରେ ସାମିଲ କରି ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ଅଭିଯୋଗ ଉଠିଛି। ଏହାର ତଦନ୍ତ କରାଯାଇ ପ୍ରକୃତ ମେଧାବୀଙ୍କୁ ସୁଯୋଗଦେବାକୁ ଅଭିଭାବକ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें