ଆଜି ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ବିଶ୍ଵ ଜଳ ଦିବସ ଉପଲକ୍ଷେ ନିଜ ସ୍କୁଲ ଆଗରେ ଥିବା NH ରୋଡ ପାଖରେ ଜଳ ଛତ୍ର ର ବ୍ୟବସ୍ଥା କରି ତାକୁ ଆଜି ଶୁଭାରମ୍ଭ ସ୍କୁଲ ର ପ୍ରିନ୍ସିପାଲ୍ ଦିବ୍ୟ ଦେବାଶିଷ ଦୂବେ ଏବଂ ସେକ୍ରେଟେରୀ ଲାଡି ତୁକାରମ୍ ମ୍ୟାନେଜର ଗାୟତ୍ରୀ ପଣ୍ଡା ସମସ୍ତ ଷ୍ଟାଫ ଛାତ୍ର ମାନେ ଉପସ୍ଥିତ ରହି ଏହାର ସୁନ୍ଦର୍ ବ୍ୟବସ୍ଥା କରି ଥିଲେ ଲାଡ଼ି ତୁକାରାମ୍ ରିବନ୍ କାଟି ଏହାକୁ ଶୁଭାରମ୍ଭ କରି ଥିଲେ ।ରାସ୍ତାରେ ଯିବା ଲୋକ ଙ୍କୁ ମଧ୍ୟ ଜଳ ପିଇବାକୁ ଦେଇ ଥିଲେ ।କାରଣ ଜଳ ହିଁ ଜୀବନ ।ପ୍ରବଳ ଖରା ଯୋଗୁଁ ଏହି ରାସ୍ତା ରେ ଯିବା ଲୋକ ଶୋଷ ଯୋଗୁଁ ଚେତା ଶୂନ୍ୟ ହୋଇ ମଧ୍ୟ ପଡ଼ି ଯାଆନ୍ତି ।ସେହି ପାଖରେ ଆଉ କିଛି ସୁବିଧା ନାହିଁ ।ତତ୍ ସଙ୍ଗେ ସଙ୍ଗେ ସେଠାରେ ବହୁ ଦୁର୍ଘଟଣା ମଧ୍ୟ ଘଟୁଛି ।ତେଣୁ ଏହି ଜଳ କିଛି ମାତ୍ର ରେ ତାହାର ଲାଘବ କରି ପାରିବ ବୋଲି ଅଧ୍ୟକ୍ଷ ଦିବ୍ୟ ଡୁବେ କହି ଥିଲେ ।




