ଯୋଡ଼େଙ୍ଗା ପୂର୍ବତନ ସରପଞ୍ଚ ଫୁଲସିଂ ଗଣ୍ଡ ଙ୍କ ଭାଇ ଟୁନୁ ଗଣ୍ଡ ବିଜେପିରେ ଯୋଗଦେଲେ

👇समाचार सुनने के लिए यहां क्लिक करें

ରାଇଘର (ଶ୍ରୁତି)ଓଡିଶାରେ ଭାରତୀୟ ଜନତା ପାର୍ଟି ତଥା ବିଜେପି ସରକାର ଆସିବା ପରେ ଚାରିଆଡେ ଏହି ନୂତନ ସରକାର ଙ୍କ ପ୍ରଶଂସା ର ଗାନ କରୁଛନ୍ତି ଲୋକେ ବିଭିନ୍ନ ଦଳରୁ ବିଭିନ୍ନ ପାର୍ଟି ରୁ ଲୋକେ ବିଜେପି ଦଳରେ ଯୋଗଦାନ କରୁଥିବାର ଦେଖିବାକୁ ମିଳିଛି ଏହି ପରିପେକ୍ଷୀରେ ଆଜି ଓଡିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉପସ୍ଥିତିରେ ଯୋଡ଼େଙ୍ଗା ଠାରେ ଯୋଡ଼େଙ୍ଗା ର ପୁରୁଣା ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ଟୁନୁ ଗଣ୍ଡ ତଥା ସରପଞ୍ଚ ଫୁଲସିଂ ଗଣ୍ଡ ଙ୍କ ଭାଇ ଆଜି ବିଜେଡି ତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି, ଉକ୍ତ ମିଶ୍ରଣପର୍ବ ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସମ୍ପାଦକ ସନ୍ତୋଷ ମହାପାତ୍ର, ସାଂସଦ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ବିଧାୟକ ପ୍ରତିନିଧି ଶିବନାଥ ବାନାର୍ଜୀ,ଯୋଡ଼େଙ୍ଗା ମଣ୍ଡଳ ସଭାପତି ସରୋଜ ଜେନା, ରାଇଘର ମଣ୍ଡଳ ସଭାପତି ସୁଶାନ୍ତ ସାମନ୍ତରାୟ,ବରିଷ୍ଠ ବିଜେପି କର୍ମୀ ବିଶ୍ୱନାଥ ସିଲ, ମନୋହର ଦଣ୍ଡସେନା, ମିହିର ଢାଳି ଙ୍କ ସମେତ ସମସ୍ତ ବିଜେପି କର୍ମୀଙ୍କ ଉପସ୍ଥିତିରେ ଆଜି ବରିଷ୍ଠ ବିଜେଡିରେ କର୍ମୀ ତଥା ଯୋଡ଼େଙ୍ଗା ର ପୂର୍ବତନ ସରପଞ୍ଚ ଟୁନୁ ଗଣ୍ଡ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ

Sidha Sambad
Author: Sidha Sambad

Leave a Comment

और पढ़ें