ନୀଳଗିରି, ୨୮/୩ (ସିଧାସମ୍ବାଦ); ଜଣେ ବ୍ୟକ୍ତି କିଭଳି ଭାବେ ଗ୍ରାମର ଏକ ଗୋଚର ଜମିକୁ ଜବର ଦଖଲ ପରେ ଉକ୍ତ ଜମି ଉପରେ ସରକାରଙ୍କ ନିୟମ କୁ ଫୁ କରି ସରକାରୀ ପୋଖରୀ ଖୋଳା ଯୋଜନା ରେ ଦୁଇ ଥର ପୋଖରୀ ଖୋଳୁଛନ୍ତି, ଏନେଇ ଅଞ୍ଚଳ ବାସୀଙ୍କୁ ହତଵାକ କରିଛି | ଏଭଳି ଏକ ବିବାଦୀୟ ଘଟଣା ଘଟିଛି ନୀଳଗିରି ବ୍ଳକ ଅଧିନ ଆରବନ୍ଧ ପଞ୍ଚାୟତ ବଡ଼ପାଳସା ଗ୍ରାମରେ | ଗ୍ରାମର ଡିଲର ରତ୍ନାକର ବେହେରା ୧୦ ବର୍ଷ ପୂର୍ବରୁ ଉକ୍ତ ଗୋଚର ଜମିକୁ ନିଜ ଅକ୍ତିଆର କୁ ଆଣିବା ପରେ ଉଦ୍ୟାନ ବିଭାଗ ପକ୍ଷରୁ ଏକ ପୋଖରୀ ଖୋଲାଇ ଥିଲେ | ପୋଖରୀ ଖୋଳା ଆରମ୍ଭ ବେଳେ ଗ୍ରାମବାସୀ ଉକ୍ତ ଜମି ଉପରେ ଅଙ୍ଗନୱାଡ଼ି କେନ୍ଦ୍ର କରିବାପାଇଁ ପ୍ରସ୍ତାବ ରଖିଥିବା ବେଳେ ସରକାରୀ ନିୟମକୁ ଫୁ କରି ଡିଲର ବାବୁ ଜଣକ ପୋଖରୀ ଖୋଳିଥିଲେ | ଚଳିତ ବର୍ଷ ପୁଣି ଫିସାରୀ ବିଭାଗ ପକ୍ଷରୁ ପୋଖରୀ ଖୋଳା ପାଇଁ ଏକ କାର୍ଯ୍ୟାଦେଶ ପାଇଥିବା ବେଳେ ଉକ୍ତ ଗୋଚର ଜମି ଉପରେ ଜେସିବି ମେସିନ ଲଗାଇ ପୁଣି ପୋଖରୀ ଖୋଳା ଚାଲିଛି | ଗ୍ରାମ ବାସୀଙ୍କ ଅଭିଯୋଗ ପରେ ମଧ୍ୟ ପୋଖରୀ ଖୋଳା ଚାଲିଥିବା ଦେଖିବାକୁ ମିଳିଛି | ଏସମ୍ପର୍କରେ ଫିସାରୀ ବିଭାଗ ଅଧିକାରିଣୀ ପ୍ରିୟଙ୍କା ସାମଲ ଙ୍କୁ ପଚାରିବାରୁ ଏସବୁ ବେଆଇନ କାମ ବୋଲି ସେ ଜାଣିବା ପରେ କାର୍ଯ୍ୟାଦେଶ ବାତିଲ କରିଛନ୍ତି ବୋଲି କହିଥିଲେ | ତେବେ ଏଠାରେ ପ୍ରଶ୍ନ ଉଠେ ସର୍ଜମିନ ଓ ଦସ୍ତାବିଜ ଯାଞ୍ଚ କରିସାରିବା ପରେ କିପରି ଭାବେ ଏଭଳି ବିବାଦୀୟ ଜମି ଉପରେ କାର୍ଯ୍ୟାଦେଶ ଦିଆଗଲା ତାହା ଚଞ୍ଚକତା ନୁହେଁ କି? | ଅନ୍ୟ ଦିଗରେ ବିଭାଗ ର କାରନାମା ପଦାରେ ପଡ଼ିବା ଭୟରେ ଏଭଳି ବୟାନ୍ ବାଜି କେତେ ଦୂର ସମୁଚିନ ବୁଦ୍ଧିଜୀଵି ମହଲରେ ଆଲୋଚନା ଜୋର ଧରିଛି | ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି |




