ବ୍ଲକସ୍ତରୀୟ ଦକ୍ଷତା ବିକାଶ ଓ ତାଲିମ ଶିବିର ଅନୁଷ୍ଠିତ।

👇समाचार सुनने के लिए यहां क्लिक करें

ନୀଳଗିରି,୨୮/୩(ସିଧାସମ୍ବାଦ);
ଉଦ୍ୟାନବିଭାଗ ତରଫରୁ ଆରଏମସି ସମ୍ମିଳନୀ କକ୍ଷରେ ଏକ ବ୍ଲକସ୍ତରୀୟ ଦକ୍ଷତାବିକାଶ ଓ ତାଲିମଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଯୋଗଦେଇଥିବା ବେଳେ ସମ୍ମାନିତଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଆତ୍ମାର ଅଧ୍ୟକ୍ଷ କୃତିବାସ ବେହେରା ଏବଂ ଜିଲ୍ଲା ଉଦ୍ୟାନକୃଷି ନିର୍ଦ୍ଦେଶକ ତପନ କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ନିଜନିଜର ବକ୍ତବ୍ୟ ରଖିଥିଲେ। ନୀଳଗିରି ଉଦ୍ୟାନକୃଷି ବିଭାଗର ଉପନିର୍ଦେଶକ ଗୋପୀନାଥ କର, ନୀଳଗିରି ପ୍ରାଣୀଚିକିତ୍ସକ ହିମାଂଶୁ ଶେଖର ଦେ, ଜିଲ୍ଲା କୃଷିଅଧିକାରୀ ସୁମନ୍ତ ନାଏକ, ବ୍ଲକ ମତ୍ସ୍ୟଅଧିକାରିଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି, ଆରଏମସି ସମ୍ପାଦିକା ସୁକାନ୍ତି ପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲୋଚନା କରିଥିଲେ। ନୀଳଗିରି ବ୍ଲକର ଧୋବଶିଳା, କେପି ଲାଖରାଜ, ମଛୁଆ, ବେଗୁନିଆ, କାଂଶ, ନରସିଂହପୁର, ଏବଂ ରାଧାକିଶୋରପୁର ଆଦି ସାତଟି ପଞ୍ଚାୟତର ମହିଳା ସ୍ଵୟଂସହାୟିକା ଗୋଷ୍ଠୀର ପ୍ରାୟ ୧୦୦ଜଣ ମହିଳା ଏବଂ ସଫଳଚାଷୀ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ ଉଦ୍ୟାନକୃଷି ଅଧିକାରିଣୀ ଇପ୍ସିତା ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଉଦଯାପନୀ କାର୍ଯ୍ୟକ୍ରମକୁ ନୀଳଗିରି ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋପୀନାଥ କର ଏବଂ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें