ଟିକାବାଲି -କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିକାବାଲି ପଂଚାୟତ ଅନ୍ତର୍ଗତ ପଞ୍ଚବର ସାହିର ସ୍ବର୍ଗତ ରିନୁ ମହାପାତ୍ର ଙ୍କୁ ଧର୍ଷଣ ପରେ ଅତି ନିର୍ମମ ଭାବରେ ହତ୍ୟାକରିଥିବା ଚାରି ଜଣ ଆସାମୀ ଙ୍କୁ ଫାଶୀ ଓ ବଡ଼ିମୁଣ୍ଡା ର ପବିତ୍ର ପ୍ରଧାନଙ୍କୁ ଗଣ୍ଡିରୁ ମୁଣ୍ଡ ଛିଡେଇଥିବା ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକର ହଜାର ମହିଳା ପୁରୁଷ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଦୃଷ୍ଟିଆକର୍ଷଣ କରିଥିବା ଦେଖିବାକୁ ମିଳିଛି ଆକାରଣରେ ନିରୀହ ଦ୍ୱୟ ଙ୍କୁ କଲବଲ କାରି ଜୀବନ ନେଇଥିବl ଆସାମୀ ଫାଶୀ ଦାବିରେ ନାରାବାଜି ଟିକାବାଲି ଅଞ୍ଚଳକୁ ହୁଲୁସ୍ତୁଲୁ କରିଛନ୍ତି ଆନ୍ଦୋଳନ କାରି -ମୃତ୍ୟୁ ଦ୍ୱୟ ଙ୍କୁ ପଚାଶ ଲକ୍ଷ, ହାତ୍ୟକାରୀ ଙ୍କୁ ଫାଶୀ, ପୋଲିସ ପକ୍ଷରୁ ୨୪ ଘଣ୍ଟା ପ୍ରହରl, ପ୍ରତ୍ୟେକ ଛକ ମାନଙ୍କରେ ସିସି କ୍ୟମାର,ଛକ ମାନଙ୍କରେ ପୋଲିସ ମୃତାୟନ, କରି ଅଞ୍ଚଳକୁ ସୁରକ୍ଷିତ ରଖିବା ପରି ଦାବି ପ୍ରମୁଖ ଟିକାବାଲି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଜରିଆରେ ଜ଼ିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି l ଏ ଦାବିପୂରଣ ପ୍ରତି ପ୍ରଶାସନ ହବହେଳିତ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିକ୍ଷୋଭ କାରି ମତ ପ୍ରକାଶ କରିଥିଲେ ଆଜିର ରାଲିରେ ସରପଞ୍ଚ ସାଳିମା ପ୍ରଧାନ, ରୁନିତା କହଁର, କୁନ୍ଦରୁ ମଳିକ,ବାଦନ ପ୍ରଧାନ ନାରୀ ସୁରକ୍ଷା ମହିଳା ମହାସଂଘ ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ର ଆବାହକ କ୍ରିଷ୍ଣା ଚନ୍ଦ୍ର ଡିଗାଲ (ବୁଲୁ )ସଭନେତ୍ରୀ ଅପସରି ଡିଗାଲ, ଜ଼ିଲ୍ଲା ସମ୍ପାଦିକା ରତ୍ନବତି ବେହେରା,ଟିକାବାଲି ଶାଖାର ସମ୍ପାଦିକା ଜିନିମା ମଳିକ, ରମା ପଣ୍ଡା ଙ୍କ ସମେତ ତନୁଜ କୁମାର ଭୋଇ,ଯୁଗଳ ପଣ୍ଡା,ଲିଙ୍ଗରାଜ ନାୟକ, ହେମନ୍ତ ଡିଗାଲ, ବିପ୍ଲବୀ ସଂଜୀବ ଡିଗାଲ, ପୁର୍ଣ ଚନ୍ଦ୍ର ଡିଗାଲ, ଜ୍ୟାତି ରଞ୍ଜନ ମହାପାତ୍ର, ଟିକୁ ଭୋଇ, ରୁଦ୍ର ପ୍ରସାଦ, ବାନାମ୍ବର ମୁଖି, ଙ୍କ ପରି ବିଶିଷ୍ଠ ସମାଜପ୍ରେମୀ ଯୋଗଦାନ ଦେଇ ଟିକାବାଲି ଥାନା ସମ୍ମୁଖ ଗଣ ଧାରଣା ଦେଇଥିଲେ l ନିଜ ସୁରକ୍ଷା ଓ ସନ୍ନମାନ ପାଇଁ ଆସାମୀ ମାନଙ୍କୁ ଫାଶୀ ଦାବିରେ ଆସିଛନ୍ତି ଏବଂ ନିଜର ମୂଲ୍ୟ ବୁଝିଛନ୍ତି ବୋଲି ଆବାହକ ମହୋଦୟ ବୁଲୁ ବାବୁ ମା ଭଉଣୀ ଓ ବାପା ଭାଇ ମାନଙ୍କୁ କୋଟି କୋଟି ପ୍ରଂଶସା କରିଥିବା ଜଣାଯାଇଅଛି l




