ବେଆଇନ ପଥର ବ୍ଲାଷ୍ଟିଂ ରେ ୮ ଫୁଟ ଅଜଗର ର ମୃତ୍ୟୁ ! ହାତିଖୁଲିଆ ଫରେଷ୍ଟ ବିଟ ବଉଳଗଡ଼ିଆ ସୀମାନ୍ତ ଅଞ୍ଚଳରେ ମୃତ ଶରୀର ଠାବ |

👇समाचार सुनने के लिए यहां क्लिक करें

ନୀଳଗିରି,୨୯/୦୩(ସିଧାସମ୍ବାଦ);
ବେଆଇନ ପଥର ବ୍ଲାଷ୍ଟିଂ ରେ ୮ ଫୁଟ ଅଜଗର ର ମୃତ୍ୟୁ ହୋଇଯାଇଛି | ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ମିଳିଥିବା ସୂଚନା ରୁ ଜଣାଯାଇଛି, ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡ଼ିହା ରେଞ୍ଜ ଅଧିନସ୍ଥ ହତିଖୁଲିଆ ବିଟ ଅନ୍ତର୍ଗତ
ଫେଜ -୪ ରେ ବେଆଇନ ପଥର ଖାଦାନ ରେ ଗତକାଲି ଜିଲୋଟିନ ଲଗାଇ ବ୍ଲାଷ୍ଟିଂ କରା ଯାଇଥିଲା।ଉକ୍ତ ବ୍ଲାଷ୍ଟିଂରେ ଏକ ୮ ଫୁଟର ଅଜଗର
ସାପ ଟି ପଥର ମାଡ଼ ରେ
ଗୁରୁତର ଭାବେ କ୍ଷତାକ୍ତ ହୋଇ ପଡିଥିବା ଦେଖି କିଛି ପଥର ମାଫିଆ ସାପଟିକୁ ସେଠାରୁ ପ୍ରାୟ ୫୦୦ ମିଟର ଦୂର ବଉଳ ଗଡିଆ ସୀମାନ୍ତ ଅଞ୍ଚଳ ର ପାହାଡ଼ ଫେଜ୍ -୫ , ପାଖରେ ପକାଇ ଉକ୍ତ ସାପ ର ମୁଣ୍ଡ କୁ ପଥର ରେ ଛେଚି ମାରିବା ପରେ ବନ ବିଭାଗ କୁ ଖବର ଦେଇଥିଲେ । ତେବେ ହାତିଖୁଲିଆ ଫରେଷ୍ଟର ଜୟନ୍ତ ପ୍ରଧାନ ଅନ୍ୟ ବିଟ ଅଧିକାରୀ ମଥାରେ ଅଠା ବୋଳି,ଅଦ୍ୟାବଧି ମଲା ଅଜଗର ସାପ ପାଖକୁ ନ ଯିବା ଘଟଣା ,ତାଙ୍କ କାର୍ଯ୍ୟ ଶୈଳୀ ଉପରେ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ପ୍ରଶ୍ନ ଉଠେ,ବେଆଇନ ପଥର ବ୍ଲାଷ୍ଟିଂ ଓ ଚୋରା ଚାଲାଣ ର ଭୂ-ସ୍ୱର୍ଗ ପାଲଟି ଥିବା ଦେବଗିରି ପାହାଡ଼ ରେ ବହୁଳ ସଂଖ୍ୟାରେ ଥିବା ପଶୁ ପକ୍ଷୀ ଓ ବନ୍ୟ ପ୍ରାଣୀ କେତେ ସୁରକ୍ଷିତ ? ଏଥି ନିମନ୍ତେ ବନ ବିଭାଗ,ଖଣି ବିଭାଗ ସର୍ବୋପରି ରାଜସ୍ୱ ବିଭାଗ ର ଭୂମିକା କଣ ବୋଲି ସାଧାରଣ ରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲେଶ୍ଵର ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ କଠୋର ପଦକ୍ଷେପ ନେବାକୁ ସଧାରଣରେ ଦାବୀ ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें