ବୋଲଗଡ (ସିଧା ସମ୍ବାଦ)ବୋଲଗଡ ଥାନା ବାଂକୋଇ ଫାଣ୍ଡିର ଏଏସ ଆଇ ତୁଷାରକାନ୍ତ ନାୟକ ପୋଲିସ ପ୍ରତିଷ୍ଠା ଦିବସରେ ଖୋର୍ଦ୍ଧା ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି. ଜିଲ୍ଲା ଅଧିକ୍ଷିକା ସୁଶ୍ରୀ ସାଗରୀକା ନାଥ ରିଜର୍ଭ ପଡିଆଠାରେ ଆୟୋଜିତ ପ୍ରତିଷ୍ଠା ଉତ୍ସବ ରେ ଶ୍ରୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି. ଜଣେ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଭାବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି. ପ୍ରତ୍ୟେକ ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିଥିବାରୁ ଏହି ପୁରସ୍କାର ମିଳିଛି ବୋଲି ପ୍ରକାଶ କରିଛନ୍ତି ଏହା ତାଙ୍କୁ ଅଧିକ ପ୍ରେରଣା ଯୋଗାଇବ ବୋଲି ଆଶା କରିଛନ୍ତି. ସମଗ୍ର ଅଂଚଳରେ ଖୁସି ପ୍ରକାଶ ପାଇଛି.




