ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ | ୪ଗୁରୁତର, ୧୦ଜଣ ଆହତ।

👇समाचार सुनने के लिए यहां क्लिक करें

ବୁଧବାର ପୂର୍ବାହ୍ନ ୩.୩୦ ମିନିଟ୍ ସମୟରେ ଏକ ଯାତ୍ରୀବାହୀ ବସ୍ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଛାଇଥିବା ବେଳେ ଭାରସାମ୍ୟ ହରାଇ ବସ୍ ଟି ପାଲଟି ଯାଇଛି। ଏକ ସିମେଣ୍ଟ ବୋଝେଇ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ରୁ ଯାତ୍ରୀବାହୀ ବସ୍ ର ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ କିଛି ଗୁରୁତର ଏବଂ ଆଉ କିଛି ଆହତ ହୋଇଛନ୍ତି । ସୂଚନା ଅନୁସାରେ ବୁଧବାର ଦିନ ପ୍ରାୟ ୩.୩୦ମିନିଟ୍ ସମୟରେ ବାଲେଶ୍ଵର ରୁ ଉଦଳା ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ମାମା ବସ୍ ଟି ଶେରଗଡ଼ ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥ ଭାଲୁକାସୁଣି ନିକଟ ଦେବଯାନୀ ଛକ ନିକଟରେ ଉଦଳାରୁ ସିମେଣ୍ଟ ଖାଲିକରି ଦ୍ରୁତ ଗତିରେ ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ବସ୍ ଡ୍ରାଇଭର, ଏକ ମୁହାଁ ମୁହିଁ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଁ ଏବଂ ଯାତ୍ରୀଙ୍କ ଜୀବନ ସୁରକ୍ଷା ପାଇଁ ଟ୍ରକର ଡଲା ସହିତ ବସ୍ ଟି ବାଡେଇ ଯିବାରୁ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ବସରେ ଥିବା ଅନେକ ଜୀବନକୁ ବଞ୍ଚାଇ ଦେଇଥିଲେ ଡ୍ରାଇଭର। ଏହି ଦୁର୍ଘଟଣାରେ ୪ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି। ଖବର ପାଇ ନିଳଗିରି ଆଇ ଆଇ ସି ଗୋବର୍ଦ୍ଧନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଆହତ ଓ ଗୁରୁତରଙ୍କୁ ଫାୟାର ଗାଡ଼ି ଓ ଆମ୍ବୁଲାନ୍ସ ଯୋଗେ ନିଳଗିରି ମେଡ଼ିକାଲକୁ ପଠାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର ଦେଖିବାକୁ ମିଳିଛି। ପରେ ନିଳଗିରି ଏସ ଡି ପି ଓ ପ୍ରମୋଦ କୁମାର ମଲ୍ଲିକ ନିଳଗିରି ମେଡିକାଲରେ ପହଞ୍ଚି ଗୁରୁତର, ଆହତଙ୍କୁ ଭେଟିସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ। ନୀଳଗିରି ଅଞ୍ଚଳର ଅଗ୍ରଣୀ ମହାଵୀର ସ୍ଵେଛାସେବୀ ସଂଗଠନ ମୁଖ୍ୟ ଏବଂ ସଦସ୍ୟ ମାନେ ପହଞ୍ଚି ଆହତ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ | ଆହତ ଯାତ୍ରୀମାନେ ହେଲେ ନୀଳଗିରି ଏନ୍ ଏ ସି ଅନ୍ତର୍ଗତ ବାଣପୁର ଗ୍ରାମର ମାଳତୀ ବେହେରା, ହରିହର ବେହେରା, ଘାଟଘରସାହି ଗ୍ରାମର ନବକିଶୋର ପରିଛା, କନକଲତା ପରିଛା, କବିତା ପରିଛା,ମୟୂରଭଞ୍ଜ ଜିଲ୍ଲା ଝିଙ୍କପଦା ଗ୍ରାମର ସବିତା ମୁଖି, ମଧୁସ୍ମିତା ମୁଖୀ , ଦୀପକ ମୁଖୀ ,ନୀଳଗିରି ବ୍ଳକ କେ, ସି, ପୁର ପଞ୍ଚାୟତର ପୁରୁଷୋତ୍ତମ ବିଶ୍ଵାଳ, ଜମୁଡ଼ିହା ଗ୍ରାମର ରାସମଣୀ ମୁଖୀ, ସିଆଡ଼ିମାଳ ଗ୍ରାମର ଶୈଳବାଳା ଦାସବାବୁ, ଗୁରୁବା ସିଂ, ଝରଣା ଘାଟି ଗ୍ରାମର ଦୀପା ମୁର୍ମୁ, ପୂର୍ଣ୍ଣିମା ନାୟକ ପ୍ରମୁଖ ନିଳଗିରି ମେଡିକାଲରେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଛି।ଦୀପା ମୁର୍ମୁ ନୀଳଗିରି ମହିଳା ମହାବିଦ୍ୟାଳୟ ରୁ କ୍ଳାସ ସାରି ଘରକୁ ଉକ୍ତ ବସ ରେ ଯାଉଥିଲେ | କିଛି ଗୁରୁତର ଯାତ୍ରୀଙ୍କୁ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଉଭୟ ଗାଡ଼ିକୁ ଜବତ କରିଛି।

Sidha Sambad
Author: Sidha Sambad

Leave a Comment

और पढ़ें