ନୀଳଗିରୀ,୫/୪( ସିଧାସମ୍ବାଦ); ବାଲେଶ୍ଵର ଜିଲ୍ଲା ଗସ୍ତରେ ଆଜି ଏକ ଗାଁରେ ପହଞ୍ଚି ଶ୍ରଦ୍ଧା ସୁମନ ପ୍ରଦାନ କରିଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ |
ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କସବା ଜୟପୁର ପଞ୍ଚାୟତ ଜିରିତାଳ ଗ୍ରାମରେ ଜଣେ ସାଧାରଣ ଲୋକଙ୍କ ଭଳି ଆସି ପହଁଚିବା ଓ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା ହେବା ପରେ ଗାଁରେ ଖୁସି କହିଲେ ନସରେ । ଆଜି ବାଲେଶ୍ଵର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓଡିଶା ପ୍ରଦେଶ ପ୍ରମୁଖ ସଦସ୍ୟ ତଥା ପୂର୍ବପ୍ରାନ୍ତ ଓ ପଶ୍ଚିମପ୍ରାନ୍ତର ପ୍ରଚାରକ ସୃଷ୍ଟିଧର ବିଶ୍ଵାଳଙ୍କ ମାଆ ସ୍ୱର୍ଗତ ପଦ୍ମାବତୀ ବିଶ୍ଵାଳଙ୍କ ଦ୍ୱାଦଶାହ କର୍ମରେ ଯୋଗଦେଇ ଛନ୍ତି।ଗତକାଲି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ବିଧାୟକ ଓ ଜିଲ୍ଲା ବରିଷ୍ଠ ନେତୃବୃନ୍ଦ ଙ୍କ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇଟିଆର ହେଳିପେଡରେ ଓଲ୍ହାଇ ସେଠାରୁ ନୀଳଗିରୀ ନିର୍ବାଚନ ମଣ୍ଡଳୀ ଖନ୍ତାପଡା ଥାନା ଅଧିନ ଜିରତାଳ ଗାଁରେ ପହଁଚିଥିଲେ।ଅତି ସାଧାରଣ ଲୋକଙ୍କ ଭଳି ମୁଖ୍ୟମନ୍ତ୍ରୀ ଆସି ଗ୍ରାମବାସୀଙ୍କୁ ଭେଟିଥିଲେ।ଗାଁର ମହିଳା ମାନେ ଵନ୍ଦାପନା କରି ପୁଷ୍ପଗୁଚ୍ଛ ପ୍ରଦାନ କରି ପାଛୋଟି ନେଇଥିଲେ । ପରେ ସ୍ୱର୍ଗତ ପଦ୍ମାବତୀ ଦେବୀଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ତାଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ,ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,ନୀଳଗିରୀ ବିଧାୟକ ସନ୍ତୋଷ ଖଟୁଆ,,ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା,ସଦର ବିଧାୟକ ମାନସ ଦତ୍ତ,ବିଜେପିର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବ୍ୟବହାର ପାଇ ଗ୍ରାମବାସୀ ଖୁସିବ୍ୟକ୍ତ କରିବା ପରେ ନିଜ ନିଜର ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।ଏଭଳି ବ୍ୟବହାର ଦେଖି ଦଳର ବିଧାୟକ ମାନେ ମୋହନ ମାଝୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରତିକ୍ରିୟା ରଖିଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଜଣେ ଅତି ସାଧାରଣ ଲୋକଙ୍କ ଭଳି ବ୍ୟବହାର ପାଇ ବାଲେଶ୍ଵର ବାସୀ ବେଶ ପ୍ରଶଂସା କରିଛନ୍ତି।
https://youtu.be/eVuakZSJ7b4?si=i506djsV7B8ot1S1






