ମା’ବନ୍ଧନାଇକାଣୀ ଦେଵୀଙ୍କ ବାର୍ଷିକଉତ୍ସବ।

👇समाचार सुनने के लिए यहां क्लिक करें

ନୀଳଗିରି,୫/୪(ସିଧାସମ୍ବାଦ);
ନୀଳଗିରି ବ୍ଲକ୍ ଜଡିଦା ପଞ୍ଚାୟତ ଯୋକନଣ୍ଡା ଗ୍ରାମର ଅଧିଷ୍ଠାତ୍ରୀଦେବୀ ମା’ବନ୍ଧନାଇକାଣୀ ଦେବୀଙ୍କ ବାର୍ଷିକଉତ୍ସବ ମହା ଧୁମଧାମରେ ପାଳିତ ହୋଇଯାଇଛି। ଶନିବାର ପୂର୍ବାହ୍ନ ପ୍ରାୟ ୯ଘଟିକା ସମୟରେ ମା’ଙ୍କ ମାର୍ଜନା କରାଯାଇ ପୁଜାରମ୍ଭ କରାଯାଇଥିଲା | ଏହି ପବିତ୍ର ପର୍ବରେ ମା’ଙ୍କ ପ୍ରମୁଖ ସେବାୟତ ମାୟାଧର ଦେହୁରୀ ସମସ୍ତ ନିତିକାନ୍ତି କରିବାପରେ ତିନିଜଣ ଦେହୁରୀ ଦାସୀ ସାଜି ଗ୍ରାମର ମଙ୍ଗଳ କାମନା ପୂର୍ବକ ପୂଜାରେ ସାମିଲଥିଲେ। ଲୋକ ବିଶ୍ଵାସରେ ମା’ ଗ୍ରାମଦେବତୀ ଭାବରେ ପ୍ରତିକ୍ଷେତ୍ରରେ ଗ୍ରାମ ସହିତ ଅଞ୍ଚଳର ବିପଦ ଆପଦରେ ସାହା ହୋଇଥାନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମା’ଙ୍କ ବାର୍ଷିକ ଉତ୍ସବ ମହା ଧୁମଧାମରେ ପାଳିତ ହୋଇଥିଲା। ଗ୍ରାମର ଯୁବଗୋଷ୍ଠୀଙ୍କ ଉଦ୍ୟମରେ ପୀଠ ନିକଟରେ ଭଜନ ସମାରୋହ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଖପାଖ ପଞ୍ଚାୟତର ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉକ୍ତ କମିଟିର ସଭାପତି ଶ୍ରୀକାନ୍ତ ଭୂୟାଁ, ସମ୍ପାଦକ ପ୍ରଦୀପ ବେହେରା, ସଦସ୍ୟ ପଦ୍ମଲୋଚନ ବେହେରା, ସଞ୍ଜୟ ଭୋଳ, ସନ୍ୟାସୀ ବାରିକ, ରବୀନ୍ଦ୍ର ଭୋଳ, ଗଙ୍ଗାଧର ପ୍ରଧାନ, ରବୀନ୍ଦ୍ର ପୃଷ୍ଟି, ଦିଲ୍ଲୀପ ଭୂୟାଁ, ଆଦିକନ୍ଦ ନାୟକ, ଗଣେଶ ଭୂୟାଁ, ନରେନ୍ଦ୍ର ଭୂୟାଁ, ଉମେଶ ଜେନା, ଅଭି ବେହେରା, ଅର୍ଜୁନ ଭୋଳ, ପଞ୍ଚାନନ ସ୍ୱାଇଁ, ସୁରେନ୍ଦ୍ର ଭୋଳ, ଗଜେନ୍ଦ୍ର ଭୂୟାଁ, ରମେଶ ବାରିକ, ସୁଜିତ୍ ବେହେରା, ମାର୍କଣ୍ଡ ବେହେରା, ରମାକାନ୍ତ ପୃଷ୍ଟି, ନିରଞ୍ଜନ ପୃଷ୍ଟି, ଗିରିଧାରୀ ପ୍ରଧାନ, ଗେଣ୍ଡୁଆ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें