ଜଳୁଛି ସ୍ବର୍ଣ୍ଣଚୂଡ଼ ପାହାଡ଼ ଚଲଣାପାଳ ଜଙ୍ଗଲ। ଜଳି ପୋଡ଼ି ନଷ୍ଟ ହେଲାଣି ଏକର ଏକର ଜଙ୍ଗଲର ମୂଲ୍ୟବାନ ଔଷଧୀୟ ବୃକ୍ଷ । ଅସୁରକ୍ଷିତ ଅବସ୍ଥାରେ ବନ୍ୟଜନ୍ତୁ

👇समाचार सुनने के लिए यहां क्लिक करें

ନୀଳଗିରି, ୦୭/୦୪(ସିଧାସମ୍ବାଦ);
ହୁତୁ ହୁତୁ ନିଆଁରେ ଜଳୁଛି ସ୍ବର୍ଣ୍ଣଚୂଡ଼ ପାହାଡ଼ର ଚଲଣାପାଳ ଜଙ୍ଗଲ। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ ସ୍ଵର୍ଣ୍ଣଚୁଡ ପାହାଡ଼ ଚଲଣାପାଳ ଜଙ୍ଗଲରେ ନିଆଁ ଲାଗିଛି। ଭୟଙ୍କର ଜଙ୍ଗଲ ନିଆଁରେ ବହୁ ମୂଲ୍ୟବାନ ବୃକ୍ଷ ଜଳିପୋଡ଼ି ନଷ୍ଟ ହେବାକୁ ବସିଛି, ତା ସହିତ ଜୀବଜନ୍ତୁ ଵି ମୃତାହତ ହୋଇଛନ୍ତି । ପବନର ବେଗ ବଢିବା ସହଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁର ପ୍ରଖର ଏତେ ଜୋର ରହିଛି ଆଖି ପିଛୁଳାକେ ଆଗକୁ ଆଗକୁ ମାଡି ଚାଲିଛି ନିଆଁ । ଫଳରେ ବନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ସୋମବାର ଦିନ ପ୍ରାୟ ୧୦ଟା ବେଳେ ଏନେଇ ଜଣାପଡ଼ିଥିଲା। ପବନ ଯୋଗୁ ନିଆଁର ପ୍ରକୋପ ଅଧିକ ରହିଥିଲା। ଫଳରେ ସଂଧ୍ୟା ସୁଦ୍ଧା ଏକର ଏକର ଜଙ୍ଗଲର ଶହ ଶହ ଗଛ ପୋଡ଼ିଯାଇଥିଲା। ଖବର ପାଇ ନୀଳଗିରି ବନ ବିଭାଗର ୧୦ ଜଣ ବନ କର୍ମଚାରୀ ପହଞ୍ଚି ବ୍ଲୟର୍‌ ଦ୍ବାରା ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଲେ ସଫଳ ହୋଇନଥିଲେ। ଚଳଣାପାଳ ଜଙ୍ଗଲ ରେ ନିଆଁ ଲାଗିଥିବାର ଖବର ପ୍ରଚାରିତ ହେଉଥିବା ବେଳେ ନିଆଁ ଲିଭାଇବାରେ ସହୋଯୋର ହାତ ବଢାଇଥିଲେ ନୀଳଗିରି ବ୍ଲକ ଅଧିନ ଗୋପୀନାଥପୁର ଅଞ୍ଚଳର ମହାବୀର ଫାଉଣ୍ଡେସନ ମୁଖ୍ୟ ବିଦ୍ଯାଧର ବାରିକ ଏବଂ ସଂଗଠନର ସକ୍ରିୟ ସଦସ୍ୟ ମାନେ।

Sidha Sambad
Author: Sidha Sambad

Leave a Comment

और पढ़ें