ଖୋର୍ଦ୍ଧା ସଦର ଥାନା ଷଢେଇଗଡରେ ବୋମା ବିସ୍ଫୋରଣ। ଜଣେ ମୃତ ୨ଜଣ ଗୁରୁତର।
ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ରେ ବୋମା ନେଇ ଯାଉଥିବାବେଳେ ଷଢେଇଗଡ ବିଶ୍ବାଳ ସାହି ନିକଟରେ ବାଇକ ଭାରସାମ୍ଯ ହରାଇ ଓଲଟି ପଡିବାରୁ ବ୍ୟାଗ ରେ ଥିବା ବୋମା ବିସ୍ଫୋରଣ ଘଟି ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଷଢେଇଗଡ ଗ୍ରାମର ନିରାକାର ସିଂ । ଅନ୍ୟ ଦୁଇ ଜଣ ଗୁରୁତର ହେଲେ ଉକ୍ତ ଗ୍ରାମର ଲୁଲୁ ସେନାପତି ଓ ବଣ୍ଟି ଅରିସଲ ବୋଲି ଜଣାପଡିଛି।ଗୁରୁତର ହୋଇ ଏମ୍ସ ରେ ଚିକିତ୍ସିତ ହେଉଛନ୍ତି।ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ଓ ସାଇଣ୍ଟିଫିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।






