ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର । ୨୭ ୟୁନିଟ ରକ୍ତ ସଂଗୃହିତ |

👇समाचार सुनने के लिए यहां क्लिक करें

ନୀଳଗିରି,୮/୪(ସିଧାସମ୍ବାଦ): ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ- ୨୦୨୫ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବାକୁ ଥିବା ବେଳେ ୮ତାରିଖକୁ ରକ୍ତଦାନ ଅଭିଯାନ ରୂପେ ପାଳନ କରାଯାଉଛି। ଆଜି ନୀଳଗିରି ମହିଳା ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଓ ଯୁବ ରେଡକ୍ରସ ଦିବସ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରକୁ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଶୁଭ ଉଦଘାଟନ କରିଥିଲେ। ଉପସ୍ଥିତ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏହି ରକ୍ତଦାନ ଅଭିଯାନ ରେ ନିଜକୁ ସାମିଲ କରିଥିଲେ। ଉକ୍ତ ଶିବିରରେ ମୋଟ୍ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ନୀଳଗିରି ଉପଖଣ୍ଡ ରକ୍ତ ଭଣ୍ଡାର ର ଡାକ୍ତର ଏବଂ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ମହିଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें