ବେଆଇନ ଇଟାଭାଟିରେ ଦୁର୍ଘଟଣା ଗ୍ରସ୍ତ ନାବାଳିକା ଶ୍ରମିକ ଏବେ କେଉଁଠି | ଜୀବିତ ନା ମୃତ! ଘଟଣା ଲୁଚାଇବାକୁ ଚାଲିଛି ଜୋରଦାର ଉଦ୍ୟମ।

👇समाचार सुनने के लिए यहां क्लिक करें

ନୀଳଗିରି -୮/୪(ସିଧାସମ୍ବାଦ);
ଏକ ବେଆଇନ ଇଟାଭାଟିରେ କାମ କରୁଥିବା ଜୈନିକ ନାବାଳିକା ଶ୍ରମିକକୁ ଉକ୍ତ ଭାଟିର ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ସେଦିନ ଠାରୁ ଉକ୍ତ ନାବାଳିକାର କୌଣସି ଖୋଜଖବର ନଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ପ୍ରାପ୍ତ ସୂଚନା ଜଣା ପଡ଼ିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଅନ୍ତର୍ଗତ ସନ୍ତରାଗଡ଼ିଆ ଅଞ୍ଚଳରେ ବହୁ ବେଆଇନ ଇଟାଭାଟି ଚାଲିଥିବା ବେଳେ ପୂଜା ବ୍ରିକ୍ସ ନାମକ ଇଟାଭାଟିରେ ଗତ ୫ତାରିଖ ଅପରାହ୍ନ ପ୍ରାୟ ୩ଘଟିକାରୁ ୪ଘଟିକା ମଧ୍ୟରେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଜଣେ ନାବାଳିକା ଶ୍ରମିକଭାବେ ଖୁଦ ଭାଟି ମାଲିକ କାମରେ ନିୟୋଜିତ କରିଥିବା ବେଳେ ଏକ ଟ୍ରାକ୍ଟର ଦ୍ଵାରା ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ଘଟଣା ସ୍ଥଳରେ ନାବାଳିକା ର ଜୀବନ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ନାମ ଗୋପନରଖି ସୂଚନା ଦେଇଥିବା ବେଳେ ସଂପୃକ୍ତ ଇଟାଭାଟି ମାଲିକ ଗଜେନ୍ଦ୍ରଙ୍କ ଭଣଜା ଝିଅଟିକୁ ବାଲେଶ୍ୱର ହସ୍ପିଟାଲରେ ଚିକିତ୍ସା କରାଇ ଘରକୁ ପଠାଇ ଦେଇଥିବା କହି ଘଟଣାକୁ ଚପାଇଦେବାକୁ ହୀନ ଉଦ୍ୟମ କରାଯାଇଥିବା ଅଭିଯୋଗ ଉଠିଛି। ତେବେ ପାଖରେ ସନ୍ତରାଗଡିଆ, ଈଶ୍ୱରପୁର ଏବଂ ନୀଳଗିରି ହସ୍ପିଟାଲ୍ ଥିବାବେଳେ ପ୍ରାଥମିକ ଚିକିତ୍ସା ନକରି କାହିଁକି ବାଲେଶ୍ୱର ନିଆଯାଇଥିଲା ଏନେଇ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? | ଘଟଣାକୁ ଚପାଇଦେବାକୁ ଯାଇ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଶୁଣିବାକୁ ମିଳିଛି । ତେବେ ପ୍ରକୃତରେ ନାବାଳିକା ଶ୍ରମିକ ଜଣକ ଜୀବିତ ନା ମୃତ ତାହା ତଦନ୍ତ କରି ଲୋକ ଲୋଚନକୁ ଆସିବା ଦରକାର ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें