ପରିତ୍ୟକ୍ତ ଖାଦାନରେ ବୁଡି ଗଲେ ଯୁବକ |

👇समाचार सुनने के लिए यहां क्लिक करें

ନୀଳଗିରୀ,୮/୪ (ସିଧାସମ୍ବାଦ); ଜୈନିକ ଯୁବକ ପରିତ୍ୟକ୍ତ ପଥର ଖାଦାନରେ ବୁଡି ଯାଇଥିବା ବେଳେ ଏବେ ସୁଧା ନିଖୋଜ ଅଛନ୍ତି।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମିତ୍ରପୁର ଅଞ୍ଚଳରେ ।ପ୍ରାପ୍ତ ସୂଚନା ମୁତାବକ ମିତ୍ରପୁର ଅଞ୍ଚଳରେ ଅନେକ ଖାଦାନ ବନ୍ଦ ପଡିଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ରହିଛି।ସେହି ଅଞ୍ଚଳର ତୈଳାସାହି ଗ୍ରାମର ଜଣେ ୨୧ ବର୍ଷୀୟ ରାଜବୀର ସିଂ ନାମକ ଯୁବକ ଜଣେ ପିଲା ସହିତ ଗାଧୋଇବା ପାଇଁ ଯାଇଥିଲା।ପାଖରେ ଥିବା ଗଛ ଉପରୁ ଚଢି ପାଣିକୁ ଚିଲା ମାରିବାରୁ ଯୁବକ ଜଣକ ବୁଡି ଯାଇଥିଲା।ଆଉ ନବାହାରିବାରୁ ପାଖରେ ଛିଡା ହୋଇଥିବା ପିଲାଟି ଗାଁରେ ଆସି କହିଥିଲା।ପରେ ନୀଳଗିରି ଦମକଳ ବାହିନୀ ଯାଇ ବୋର୍ଟ ପକାଇ ପାଣିରେ ବୁଡି ଖୋଜିଥିଲେ।ହେଲେ ଖବର ଲେଖା ହେବା ବେଳକୁ ଯୁବକ ଜଣକର ସନ୍ଧାନ ମିଳିନଥିବା ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें