ନିଳଗିରି,୧୦/୪(ସିଧାସମ୍ବାଦ); ନିଳଗିରି ଏନ୍ଏସି ଅନ୍ତର୍ଗତ ୯ନମ୍ୱର ୱାର୍ଡ ସିମୁଳିଆ ଗ୍ରାମରେ ୭୮ତମ ଲକ୍ଷ୍ମୀ ନାରାୟଣ ପୂଜା ଓ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ସାତଦିନ ବ୍ୟାପି ଆୟୋଜିତ ଏହି ପୂଜା, ମହାଯଜ୍ଞରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ୧୯୪୭ମସିହାରୁ ଏହି ପୂଜା ଆରମ୍ଭ ହୋଇଥିଲା | ବିଶେଷ ଭାବେ ସେତେବେଳେ ଗ୍ରାମରେ ମରୁଡ଼ି ଆଶଙ୍କା ଦେଖା ଦେଇଥଲା ବେଳେ ଗ୍ରାମର ପୁର୍ବଜ ମାନେ ଏହି ପୂଜା ସହ ମହାଯଜ୍ଞ ଆରମ୍ଭ କରିବାରୁ ପ୍ରବଳ ବର୍ଷା ହୋଇଥିଲା ଏବଂ ସେହି ବର୍ଷ ମରୁଡ଼ି ଦୂର ହୋଇଥିଲା | ସେବେଠାରୁ ବିଶ୍ୱାସ ମୂଳେ ଆଜି ପର୍ଯ୍ୟନ୍ତ ଗ୍ରାମର ସମସ୍ତ ଅଧିବାସୀ ଏହି ପୂଜା କରିଆସୁଛନ୍ତି। ଲକ୍ଷ୍ମୀନାରାୟଣ, ସରସ୍ଵତୀଙ୍କ ମୃମୟ ମୁତ୍ତିକୁ ସାତଦିନ ଧରି ରୀତିନୀତି ଅନୁଯାୟୀ ପୂଜା କରାଯାଏ । ପ୍ରତିଦିନ ସନ୍ଧ୍ୟାରେ ଆଖପାଖ ଅଞ୍ଚଳରୁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ପ୍ରତି ପରିବାର ସାତ ଦିନ ଧରି ଘରେ ଆମିଷ ନିଷେଧ କରିଥା’ନ୍ତି। ଗ୍ରାମର ରବିନ୍ଦ୍ର ମହଲ, ସୁଦର୍ଶନ ଦଳାଇ, କମଳାକାନ୍ତ ବେହେରା, ସୁଦର୍ଶନ ମହାନ୍ତି, ଦୀପକ ଗୋଛାୟତ, ଗୌରହରି ମହଲ, ବ୍ରହ୍ମାନନ୍ଦ ମହଲ, ହେମନ୍ତ ବେହେରା, କରୁଣାକର ବେହେରା, ଚଚିନ୍ଦ୍ର ମହଲ, ରାମଚନ୍ଦ୍ର ମହଲ,ପ୍ରଫୁଲ୍ଲ ଦଳାଇ, ଶିବ ନାରାୟଣ ଷଡ଼ଙ୍ଗୀ,ଭଗବାନ ମହଲ, ରାଜେନ୍ଦ୍ର ମହଲ ପ୍ରମୁଖଙ୍କ ସହଯୋଗ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।



