ନୀଳଗିରି,୧୫/୪(ସିଧାସମ୍ବାଦ); ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାନଗା ବ୍ଲକ କସବା ଜୟପୁର ପଂଚାୟତ ରେ ଡଃ ବି,ଆର ଆମ୍ବେଦକର ପାଠାଗାର ଆନୁକୂଲ୍ୟରେ ଆମ୍ବେଦକରଙ୍କ ୧୩୪ ତମ ପୁଣ୍ୟ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି | କାର୍ଯ୍ୟକ୍ରମ ସ୍ଥାନୀୟ ନୂଆହାଟ ପଡିଆ ଠାରେ ଆୟୋଜନ କରାଯାଇଥିବା ବେଳେ ସମ୍ବିଧାନ ପ୍ରଣେତା ତଥା ମହାନ ଜନ ନାୟକଙ୍କ ଦିବସ ପାଳନ ଅବସରରେ ପ୍ରଥମେ ଆମ୍ବେଦକରଙ୍କ ଉଦେଶ୍ୟରେ ସଂଗୀତ ପରିବେଷଣ କରାଯାଇଥିଲା | ପରେ ନାରାୟଣ ଦାସ ଙ୍କ ଅନୁରୋଧ କ୍ରମେ ଆଇନଜୀଵି ଶ୍ରୀଯୁକ୍ତ ସୌଭାଗ୍ଯ ମଲ୍ଲିକଙ୍କ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ | ମୂଖ୍ଯ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲୋକନାଥ ଦଳେଇ ଯୋଗଦେଇ ଡକ୍ଟର ବି, ଆର, ଆମ୍ବେଦକର ଜଣେ କେବଳ ଦଳିତ ମାନଙ୍କର ନେତା ନଥିଲେ,ସେ ଦେଶକୁ ଏକ ସମାବେଶୀ ସାମାଜିକ ଓ ରାଜନୈତିକ ସ୍ୱାଧୀନତା ପ୍ରଦାନ କରିଥିଲେ |ବିଶ୍ବର ଏକ ନମ୍ବର ସମ୍ବିଧାନ ଆମ ଦେଶ ପାଇଁ ପ୍ରଣୟନ କରିଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ | ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ମଲ୍ଲିକ ଡଃ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ଏକ ନ୍ୟାୟପୂରଣ ଓ ସମତାଭିତିକ ସମାଜଗଠନ ପ୍ରତି ଆମ୍ବେଦକର ଙ୍କ ଦୃଷ୍ଟିକୋଣ ଦେଶର ମାର୍ଗ ଦର୍ଶନ କରିଚାଲିଛି ଓ କରି ଚାଲିଥିବ ମଧ୍ୟ | ତାଙ୍କ ପ୍ରଦର୍ଶିତ ମାର୍ଗରେ ଜାତି, ଧର୍ମ ,ବର୍ଣ୍ଣ ଓ ଲିଙ୍ଗଗତ ବିଭେଦକୁ ଭୂଲି ଏକ ସମାବେଶୀ ସମାଜ ପ୍ରତିଷ୍ଠା କରିପାରିଲେ, ତାହା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅଭିଭାଷଣରେ କହିଥିଲେ | ନିମନ୍ତ୍ରିତ ଅତିଥି ଶିକ୍ଷାବିତ ଶଶିକାନ୍ତ ଦାସ ଆମ୍ବେଦକର କେବଳ ଏକ ନାମ ନୁହେଁ,ଏହା ଏକ ବିଚାରଧାରା ବୋଲି ମତ ବ୍ୟକ୍ତ କରିଥିଲେ |ଅନ୍ୟତମ ନିମନ୍ତ୍ରିତ ଅତିଥି ଶିକ୍ଷାବିତ ପ୍ରଶାନ୍ତ କୁମାର ମଲ୍ଲିକ ଆମ୍ବେଦକର ଙ୍କ ଜୀବନ ଏକ ସଂଘର୍ଷମୟ ଥିଲା ଏବଂ ଏହି ସଂଘର୍ଷ ତାଙ୍କୁ ସମାଜର ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ କରିଥିଲା ବୋଲି କହିଥିଲେ | ଶେଷରେ ନାରାୟଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅମୀୟ କୁମାର ମଲ୍ଲିକ, ମୁକ୍ତିକାନ୍ତ ଯେନା,ଗଣେଷ ଯେନା,ବାବୁ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ |






