ଓଡିଶାରେ ନାରୀ ମାନଙ୍କୁ ନ୍ୟାୟ ପ୍ରଦାନ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି, ୱାକଫ ବିଲ ପ୍ରତିହାର ପ୍ରତିବାଦ ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ମଶାଲ ଶୋଭା ଯାତ୍ରା |

👇समाचार सुनने के लिए यहां क्लिक करें

ନୀଳଗିରି,୧୫/୪(ସିଧାସମ୍ବାଦ); ଓଡ଼ିଶାରେ ନାରୀ ନ୍ୟାୟ ପାଇଁ ଲଗାତାର ହେଉଥୁବା ଆନ୍ଦୋଳନକୁ ଆହୁରି ତିବ୍ର କରିବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ ସନ୍ଧ୍ୟା ୭ଘଟିକା ସମୟରେ ଶତାଧିକ କଂଗ୍ରେସ କର୍ମୀ ପ୍ରଥମେ ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରାରେ ବାହାରି ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିଥିଲେ | ତେବେ ପଦଯାତ୍ରା ବେଳେ ଓଡିଶାର ନାରୀ ଅସୁରକ୍ଷିତ ହୋଇ ପଡିଥିବା ବେଳେ ସୁରକ୍ଷା ପାଇଁ ସ୍ଲୋଗାନ ଦେଇଥିଲେ | କାର୍ଯ୍ୟକ୍ରମ ରେ ଯୁବକ , ଛାତ୍ର, ମହିଳା କଂଗ୍ରେସ ଓ କଂଗ୍ରେସର ମୁଖ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କିଶାନ କଂଗ୍ରେସ କମିଟିର ଉପସଭାପତି ଯଶୋଦା ନନ୍ଦନ ସିଂହ ଏବଂ ନୀଳଗିରି ନଗର ସଭାପତି ଉପେନ୍ଦ୍ର ବେହେରାଙ୍କ ତତ୍ଵାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ, ପ୍ରୀତି ଶଙ୍କର ମହାପାତ୍ର,ମହିଳା ସଭାପତି ବାସନ୍ତୀ ସିଂ, ସାନ୍ତୁନ ମହାଳିକ,ପତିତପାବନ ନାୟକ, ଅଭିଜିତ ଜେନା,ବିଶ୍ୱଭୂଷଣ ଖିଲାର, ଶିବପ୍ରସାଦ ବେହେରା, ମଧୁସୂଦନ ଦାସ,ଗବିନ୍ଦ ନାୟକ, ବ୍ରଜମହନ ପୃଷ୍ଟି, ହେମନ୍ତ ନାୟକ,
ରଥ ସିଂ,ଚନ୍ଦ୍ରମହନ ସିଂ,ରାଜକିସର ଦାସ, ଅଶ୍ୱିନ ପାତ୍ର ପ୍ରମୁଖ କଂଗ୍ରେସର ନେତୃବୃନ୍ଦ ଓ କର୍ମୀ ପଦ ଯାତ୍ରାରେ ସାମିଲ ଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें