ସାଂସଦଙ୍କ ଦ୍ଵାରା ନୀଳଗିରି ଠାରେ ନୂତନ କଲ୍ୟାଣମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଥଣ୍ଡାପାନୀୟଜଳ ପ୍ରକଳ୍ପ ଉଦ୍ଘାଟନ।

👇समाचार सुनने के लिए यहां क्लिक करें

ନୀଳଗିରି- ୧୯/୪(ସିଧାସମ୍ବାଦ);
ଶନିବାର ପୂର୍ବାହ୍ନରେ ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ଵାରା ଏନଏସି ୧୧ନଂ ୱାର୍ଡରେ ଏକ ନୂତନ କଲ୍ୟାଣମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବାପରେ ନୀଳଗିରି ବସଷ୍ଟାଣ୍ଡ ନିକଟରେ ଏକ ନୂତନ ଥଣ୍ଡା ପାନୀୟଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଉଭୟ ସମାରୋହରେ ସାଂସଦଙ୍କ
ବ୍ୟତୀତ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ,ଏନ୍ଏସି କାମଚଳା ଅଧକ୍ଷ ମହେନ୍ଦ୍ର ବେହେରା, ଉପଜିଲ୍ଲାପାଳ ଶୁଭଶ୍ରୀ ରଥ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ାଙ୍କ ସମେତ କାଉନସିଲର ସଦସ୍ୟ ଉପସ୍ଥିତ ଥିଲେ। ସରକାରୀ ଏବଂ ବେସରକାରୀ ସ୍ତରରେ ଲୋକଙ୍କର ଚାହିଦାକୁ ଆଖି ଆଗରେ ରଖି ସହରରେ କଲ୍ୟାଣମଣ୍ଡପର ଆବଶ୍ୟକତା ରହିଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ ନିକଟରେ ଯାତ୍ରୀ ଏବଂ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଥଣ୍ଡା ପାନୀୟଜଳ ଯୋଗାଇ ଦିଆଯାଇଥିବା ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें