ଚାଷୀ ମାନଙ୍କର ଜଳକଷ୍ଟ ଦୂର ପାଇଁ ଆଜି ଶ୍ରୀଚନ୍ଦନପୁରପାଟଣା ସେବା ସମବାୟ ସମିତି ଠାରେ ଏକ ନଳକୂପ ଖନନ କରାଗଲା। ଏହା ଦ୍ବାରା ଚାଷୀ ମାନେ ପ୍ରତ୍ୟେକ ବର୍ଷ ଧାନ ମଣ୍ଡି ସମୟରେ ଜଳ ପାଇଁ ବହୁତ ହଇରାଣ ହରକତ ହେଉଥିଲେ। ବୋଲଗଡ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ବଡକୁମାରୀ ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ନଡ଼ିଆ ବାଡ଼େଇ ଉଦଘାଟନ କରିଥିଲେ ଓ ଜିଲ୍ଲାପରିଷଦ ସଭ୍ୟ ସୁବାସ ରାୟଗୁରୁ ଉପସ୍ଥିତ ରହି ସହଯୋଗ କରିଥିଲେ।ପରିଶେଷ ରେ ସମବାୟ ସମିତି ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ ଚାଷୀ ଓ ବାଟୋଇ ମାନଂକ ଜଳକଷ୍ଟ ଦୂର ପାଇଁ ଯେଉଁ ଦାବିକରୂଥିଲେ ଆଜି ତାହା ଦୂର ହୋଇଛି ମତ ରଖିଥିଲେ।







