, ମାଁ ମଙ୍ଗଳାଙ୍କ ବିଶାଳ କଳସ ଯାତ୍ରା ସହିତ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ |

👇समाचार सुनने के लिए यहां क्लिक करें

ନୀଳଗିରି,୨୦/୪(ସିଧାସମ୍ବାଦ);
ନୀଳଗିରି ବ୍ଳକ ଅନ୍ତର୍ଗତ ପୁନ୍ଦାଳ ଗ୍ରାମ ସ୍ଥିତ ମାଁ ମଙ୍ଗଳାଙ୍କର ପଞ୍ଚକୁଣ୍ଡିୟ ମହାଯଜ୍ଞ,ସହିତ ମାଁ ମଙ୍ଗଳାଙ୍କ ବିଶାଳ କଳସ ଯାତ୍ରା, ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଅଛି। ଚାରି ଦିନ ଧରି ଶହ ଶହ ଭକ୍ତଗଣ ମନ୍ଦିର ପରିସରରେ ଉପସ୍ଥିତ ରହି ଅତି ଉଲ୍ଲାସର ସହିତ ମାଁ ଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ପ୍ରସାଦ ସେବନ କରିଥିଲେ । ଗତ ୧୯ ତାରିଖ ଦିନ ମାଁ ଙ୍କ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନ ଉତ୍ସବରେ ବାଲେଶ୍ବରର ସଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ନୀଳଗିରିର ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗ ଦେଇଥିଲେ । ଆୟୋଜକ କମିଟିର ସଦସ୍ୟ ଅଶୋକ ନାୟକ, ପ୍ରଦିପ ପ୍ରଧାନ,କମଳ ଲୋଚନ ନାୟକ, ଜଗବନ୍ଧୁ ରାଜ୍, ଅସିତ୍ କୁମାର ନାୟକ, ହରିଶ୍ ଚନ୍ଦ୍ର ମହାନ୍ତି ଏବଂ ରମେଶ ମହାନ୍ତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।

Sidha Sambad
Author: Sidha Sambad

Leave a Comment

और पढ़ें