ନୀଳଗିରି,୨୪/୪(ସିଧାସମ୍ବାଦ);ବ୍ଳକ ସ୍ଥରୀୟ ଜାତୀୟ ପଞ୍ଚାୟତି ରାଜ ଦିବସକୁ ନୀଳଗିରି ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ନୀଳଗିରି ପ୍ରଶାସନ ପକ୍ଷରୁ ପାଳନ କରା ଯାଇଛି | ପୂର୍ବାହ୍ନ ୧୧ ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଅନୁଷ୍ଠାନିକ ଭାବେ ଯୋଗଦେଇ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶୁଭ ଉଦ୍ଘାଟନ କରିଥିଲେ | ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ | ପ୍ରଥମେ ପେହେଲଗାମ ରେ ଆତତାଇ ଗୋଳିରେ ସହିଦ ମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ସ୍ଥାନୀୟ ବିଡ଼ିଓ ବିକ୍ରମ କେଶରୀ ପରିଡ଼ା ମଞ୍ଚ ଆହ୍ୱାନ କରିଥିଲେ | ବିଧାୟକ ତାଙ୍କ ଅଭିଭାଷଣରେ ତ୍ରୀସ୍ତରୀୟ ପଞ୍ଚାୟତି ରାଜ ଦିବସର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ସୋନମ ଦାସ, ସଂସଦଙ୍କ ପ୍ରତିନିଧି କରୁଣାକର ପଣ୍ଡା, ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ଏନଏସି ନିର୍ବାହୀ ଅଧିକାରୀ, ଅଂଶୁମାନ ପରିଡ଼ା, ବିଧାୟକଙ୍କ ପ୍ରତିନିଧି କୃତିବାସ ବେହେରା, ବ୍ଲକ୍ ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୁଥାଳ, ଜିଲ୍ଲାପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ବ୍ଳକ ସହକାରୀ ନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ଉପାଧ୍ୟାୟ, ସିଡିପିଓ ଗୀତାଞ୍ଜଳି ମହାପାତ୍ର, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ସମସ୍ତ ପି ଆର ଆଇ ମେମ୍ବର, ନୀଳଗିରି ଏନଏସି କାଉସିଲାର ଉପସ୍ଥିତ ଥିଲେ |
ପରେ ଯୋଗ୍ୟ ହିତାଧିକାରୀ ଙ୍କୁ କିଛି ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା | ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |




