ପେହେଲଗାମ୍ ଆତଙ୍କୀ ଆକ୍ରମଣ କୁ ସିପିଆଇ ( ଏମ) ନୀଳଗିରି ଆଞ୍ଚଳିକ କମିଟି ର ନିନ୍ଦା।

👇समाचार सुनने के लिए यहां क्लिक करें

ନୀଳଗିରି,୨୪/୦୪(ସିଧାସମ୍ବାଦ);
ଜମ୍ମୁ କାଶ୍ମୀର ର ପେହେଲଗାମ ଆତଙ୍କି ଆକ୍ରମଣ କୁ ସିପିଆଇ (ଏମ) ନୀଳଗିରି ଆଂଚଳିକ କମିଟି ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିନ୍ଦା କରାଯାଇଛି। ଗତ ୨୨ ତାରିଖ ରେ କାଶ୍ମୀର ର ପେହେଲଗାମ ଠାରେ ସନ୍ତ୍ରାସବାଦୀ ଙ୍କ ଗୁଳି ବିନିମୟରେ ୨୬ ଜଣ ମୃତ୍ୟୁ ବରଣ କରିଥିବା ବେଳେ, ବହୁ ପର୍ଯ୍ୟଟକ ଆହତ ହୋଇ ଡାକ୍ତର ଖନାରେ ଚିକିତ୍ସିତ ହେଉଛନ୍ତି ।ଏହା ଦ୍ଵାରା ଭାରତ ବିଶ୍ଵ ରେ ନିନ୍ଦିତ ହେବାକୁ ପଡ଼ିଛି। ବାଲେଶ୍ବର ର ଜଣେ ସାଥୀ ମୃତ୍ୟୁ ବରଣ କରିଛନ୍ତି । ଉକ୍ତ ଘଟଣାକୁ କୁ ସିପିଆଇ (ଏମ) ନୀଳଗିରି ଆଂଚଳିକ କମିଟି ତରଫରୁ ନିନ୍ଦା କରାଯାଇଛି l ଉକ୍ତ ଘଟଣାକୁ ଯେଉଁ ମାନେ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ଠାରେ ଦାବି କରାଯାଇଛି । ଦଳର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର, ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ ,ହେମେନ୍ଦ୍ର ସେଠି, ମୃତ୍ୟୁଞ୍ଜୟ ନାୟକ, ଅମରେନ୍ଦ୍ର ନାୟକ ନରୋତ୍ତମ ମହାପାତ୍ର ନାରାୟଣ ଧାମୁଡିଆ, ରାମଚନ୍ଦ୍ର ସିଂ, ଉଗ୍ରସେନ ଦାସ, ଦିବାକର ବାରିକ , ସତ୍ୟଜିତ୍ ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜାଣଇବା ସହିତ ତାଙ୍କର ପରିବାର ବର୍ଗଙ୍କୁ
ସମବେଦନା ଜଣାଇଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें