ଦିବଂଗତ ମହିଳାଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର।

👇समाचार सुनने के लिए यहां क्लिक करें

ନୀଳଗିରି -୨୫/୪(ସିଧାସମ୍ବାଦ);
ରକ୍ତଦାନ ମହତଦାନ। କେଇବୁନ୍ଦା ରକ୍ତସଂଗ୍ରହ କରି ଅନ୍ୟର ଜୀବନ ବଞ୍ଚାଇବାର ଛୋଟିଆ ପ୍ରୟାସ କରିଛି ନୀଳଗିରି ବ୍ଲକ୍ ସିଆଡିମାଳ ଗ୍ରାମର ଲେଙ୍କା ପରିବାର।ଉକ୍ତ ଗ୍ରାମର ଶ୍ରୀଧର ଲେଙ୍କାଙ୍କ ପତ୍ନୀ ଭଗବତୀ ଲେଙ୍କା ଗତବର୍ଷ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିରେ ଶୁକ୍ରବାର ପୂର୍ବାହ୍ନରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଆଖପାଖ ଅଞ୍ଚଳର ବହୁ ଯୁବରକ୍ତଦାତା କରିଥିବା ଜଣାଯାଇଛି। ନୀଳଗିରି ରକ୍ତଭଣ୍ଡାର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଡ଼ାକ୍ତର ଶିବାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ଟେକ୍ନିସିଆନ ସରୋଜ ପଶା, ରାଜେଶ ଦାସ, ମଞ୍ଜରୀ ବେହେରା, ସଂଗ୍ରାମଜ୍ୟୋତି ମହାନ୍ତି, ଗତିକୃଷ୍ଣ ମହାନ୍ତି, ରାଜେନ୍ଦ୍ର ବେହେରା ରକ୍ତସଂଗ୍ରହ କରିଥିଲେ।ଏହି ଶିବିରରେ ମୋଟ ୫୩ୟୁନିଟ ରକ୍ତ ସଂଗ୍ରହ କରି ନୀଳଗିରି ରକ୍ତଭଣ୍ଡାରକୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।ଲେଙ୍କା ପରିବାର ସମେତ ମହିଳା ସମାଜସେବୀ ସୁନିତି ସିଂ, ଗତିକୃଷ୍ଣ ନନ୍ଦ, ତାପସ ପରିଡା, ଉଦୟଜ୍ୟୋତି ମହାନ୍ତି, ଶରତ ଦାସ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें