ଢୋଲପୁର ଗ୍ରାମରୁ ୧୪ଫୁଟିଆ ବିଶାଳ ଅହିରାଜ ସାପ ଉଦ୍ଧାର

👇समाचार सुनने के लिए यहां क्लिक करें

ନୀଳଗିରି, ୨୪/୪(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ପାଦଦେଶ ଢୋଲପୁର ଗ୍ରାମର କମଳାକାନ୍ତ ପରିଡ଼ା ଙ୍କ ଘର ବାଡିରୁ ପ୍ରାୟ ୧୪ ଫୁଟ ଲମ୍ବର ଏକ ଅହିରାଜ ସାପ ଦେଖିବାକୁ ମିଳିଥିଲା ।ଏହା ଦେଖି ଘର ଲୋକେ ତଥା ଗ୍ରାମବାସୀ ଭୟଭୀତ ହୋଇ ପଞ୍ଚଲିଙ୍ଗେଶ୍ୱର ବିଟ୍ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ଵିବେଦୀ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ହରେକୃଷ୍ଣ ରାଉତ ଓ କାର୍ତ୍ତିକ ସେଠୀଙ୍କୁ ଖବର ଦେଇଥିଲେ । ଶ୍ରୀ ରାଉତ ଓ ସେଠୀ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତଭାବେ ଉଦ୍ଧାର କରି କୁଲଡିହା ଜଙ୍ଗଲରେ ଛାଡିଦେଇଥିଲେ । ଏହି କାର୍ଯ୍ୟରେ କୁଲଡ଼ିହା ବନବିଭାଗ କାର୍ଯ୍ୟାଳୟର ରଣଜିତ୍ ମଙ୍ଗଲ, ସୁବାଶିଷ , ମୁସ୍କାନ ସିଂ ପ୍ରମୁଖ ସହଯୋଗ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें