ନୀଳଗିରି,୨୭/୪(ସିଧାସମ୍ବାଦ):
ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ପାଟଣା ଗ୍ରାମରେ ଯୁବ ପିଢିଙ୍କ ଉଦ୍ୟମ ଦ୍ୱାରା ଏକ ନୂତନ ହନୁମାନ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରାଯାଇଛି।ସୂଚନା ମୁତାବକ ଉକ୍ତ ଗ୍ରାମରେ ହନୁମାନ ମନ୍ଦିର ନଥିବାବେଳେ ଲୋକମାନଙ୍କୁ
ହନୁମାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ୫ କିମି ଦୂର ଅନ୍ୟ ଗ୍ରାମକୁ ଯିବା ପାଇଁ ପଡୁଥିଲା।ଫଳରେ ଗ୍ରାମର ଯୁବ ପିଢିଙ୍କ ମିଳିତ ଉଦ୍ୟମରେ ଜାଗା ଚିହ୍ନଟ କରାଯାଇ ଶୁଭ ଦିଆଯାଇଛି।ଗୋଟିଏ ବର୍ଷ ମଧ୍ୟରେ କାର୍ଯ୍ଯ ସମ୍ପନ୍ନ କରି ଆଗାମୀ ହନୁମାନ ଜୟନ୍ତୀରେ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଯୁବକ ମାନେ ଲକ୍ଷ୍ୟ ରଖିଛନ୍ତି।ଏହି ଭୂମିପୂଜନ ଉତ୍ସବରେ
ଗ୍ରାମର ଯୁବ ସମାଜସେବୀ ହିମାଂଶୁ ପୃଷ୍ଟି,ପିତାମ୍ବର ବାରିକ,ତାପସ ବେହେରା,ରଞ୍ଜିତ ଖିଲାର,
ମନୋରଞ୍ଜନ ବେହେରା,ଅଶୋକ ଗୋଚ୍ଛାୟତ,ବଳିଆ ଦେହୁରୀ,ସୁବ୍ରତ ବେହେରା,ଅରୁଣ ବିନ୍ଧାଣୀ,ଟୁନା ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।





