ନିଖିଳ ଉତ୍କଳ ହୈହୟ କ୍ଷତ୍ରିୟ ସମାଜର ବୈଠକ |

👇समाचार सुनने के लिए यहां क्लिक करें

ନୀଳଗିରି,୨୭/୪(ସିଧାସମ୍ବାଦ):
ନୀଳଗିରି ନିଖିଳ ଉତ୍କଳ ହୈହୟ କ୍ଷତ୍ରିୟ (ଶୌଣ୍ଢିକ) ସମାଜ ପକ୍ଷରୁ ଅଁଳାପାଳ ଗ୍ରାମରେ ପରିଚାଳନା
ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ଶୌଣ୍ଢିକ ସମାଜର ରାଜ୍ୟ ସଭାପତି ବିକ୍ରମ କିଶୋର ସାଉ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ସଭା ଉଦ୍ଘାଟନ କରିଥିଲେ।ନିଜ ଜାତି ପାଇଁ ନୁହେଁ ନିଜର କର୍ମ ପାଇଁ ଛୋଟ ବଡ ବିବେଚନ କରାଯାଏ ବୋଲି କହିଥିଲେ।ରାଜ୍ୟ ଶୌଣ୍ଢିକ ସମାଜର ସମ୍ପାଦକ କୋଦଣ୍ଡ ଚୋଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଅମର ନାଥ ସ ଏହି ସଭାରେ ସଭାପତିତ୍ବ କରିଥିଲେ।ରାଜ୍ୟ ସଂଯୋଜକ ଭରତ ଚନ୍ଦ୍ର ମଣ୍ଡଳ,ଅକ୍ଷୟ କୁମାର ସାଉ,ଜିଲ୍ଲା ସଭାପତି ମଦନମୋହନ ସ,ବ୍ଲକ ସଭାପତି ପୁରୁଷୋତ୍ତମ ସାଉ,ରାଜକିଶୋର ମଲ୍ଲିକ,ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ମଣ୍ଡଳ,
ମୟୁରଭଞ୍ଜ ଜିଲ୍ଲା ସଭାପତି ଉମେଶ ବେହେରା,ଯୁବ ସଦସ୍ୟ ଫ୍ରାନସିସ ବେକନ ସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କିପରି ଏହି ସମାଜର ଲୋକ ମାନଙ୍କ ମନରୁ ଛୋଟ ବଡ ,ଜାତି ପ୍ରଥାର ଚିନ୍ତା ଧାରା ହଟାଇ ସମାଜର ଆଗ ଧାଡିକୁ ଆସିବ ଏବଂ ସମାଜ ସହିତ ତାଳ ମିଶାଇ ଚାଲିବା ସେ ନେଇ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ନୀଳଗିରି ବ୍ଲକର ନୂତନ ସଦସ୍ୟ ମାନଙ୍କୁ ଚୟନ କରାଯାଇଥିଲା।ଶେଷରେ ଗଣେଶ୍ବର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।ଅଜୟ କୁମାର ସ,ଗୌତମ ସାଉ,ରୁଦ୍ରକାନ୍ତ ସାଉ,ଗୌତମ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें