ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ଓ ଓକିଲ ଦିବସ ପାଳିତ ।

👇समाचार सुनने के लिए यहां क्लिक करें

ନୀଳଗିରି,୨୮/୦୪(ସିଧାସମ୍ବାଦ);
ଉତ୍କଳ ଗୌରବ ମଧୁସୁଦନ ଦାସ ଜନ୍ମ ଜୟନ୍ତୀ ଓ ଓକିଲ ଦିବସ ପାଳିତ ହୋଇଯାଇଛି।ସୂଚନା ରୁ ଜଣାଯାଇଛି,ଆଜି ପୂର୍ବାହ୍ନରେ ନୀଳଗିରି ବାରଆସୋସିଏସନ
ପକ୍ଷରୁ,ନୀଳଗିରି ଉପ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଥିବା ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଥିଲା।ପରେ ଏଥି ନିମନ୍ତେ ଆୟୋଜିତ ସଭା ରେ ବାର ସଭାପତି ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ ସଭାପତିତ୍ବ କରିଥିଲାବେଳେ,ମୁଖ୍ୟ ଅତିଥି ଭାବେ ନୀଳଗିରି ଏସ ଡି ଜେ ଏମ ମୋନାଲିସା ପଣ୍ଡା ଯୋଗ
ଦେଇ ଓକିଲ ଦିବସ ପାଳନ ଅବସର ରେ ,ମଧୁବାବୁ ଙ୍କ ସ୍ମୃତି ଚାରଣ କରିବା ସହିତ ଆଇନଜିଵି ଙ୍କ ପାଇଁ ତାଙ୍କର ଅତୁଲନୀୟ ଅବଦାନ ସମ୍ପର୍କରେ ଉପସ୍ଥିତ ଆଇନଜିଵିଙ୍କୁ ବାର୍ତ୍ତା ଦେଇଥିଲେ।ସଭାପତି ଶ୍ରୀ ପଟ୍ଟନାୟକ ଓ ସମ୍ପାଦକ ଦେବାନନ୍ଦ ପଣ୍ଡା ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସର ରେ ଆଇନଜୀବୀ ହୃଦୟାନନ୍ଦ ପଶା ଙ୍କୁ ତାଙ୍କର କୁଶଳୀ ଆଇନ ପରିଚାଳନା ପାଇଁ ସମ୍ମାନୀତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ୍ ରେ ନୀଳଗିରି
ବାର ଆ ସୋସିଏସନର ସମସ୍ତ ସଦସ୍ୟ/ ସଦସ୍ୟା ଉପସ୍ଥିତ ଥିଲେ।
ଅନୁରୂପଭାବେ ଉପଖଣ୍ଡ ବାର ଆସୋସିଏସନର ସଭାପତି,ସମ୍ପାଦକ କିଶୋର କୁମାର ଦାସ,ଉପ ସଭାପତି ଜଚିନ୍ଦ୍ର ନାୟକ, ଗୌରହରି ବେହେରା,ସହ ସମ୍ପାଦକ, ଆଇନଜୀବୀ ବିଘ୍ନେଶ୍ୱର ବାରିକ,ସୁରେଶ ବାରିକ ରିମାଣ୍ଡ ଆଇନଜିବୀ କମ ରିଟେନର ଜୟନ୍ତ କୁମାର ସ,କୋଷାଧକ୍ଷ ଦେବାନନ୍ଦ ଦାସ,ବରିଷ୍ଠ ଆଇନ ଯିବି କାର୍ତ୍ତିକ କୁମାର ରାଉତ,ଆଇନ ଯିବି ନୀଳିମା ବାରିକ ଏବଂ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକଟର ପ୍ରଦୀପ କୁମାର ଦାସ ମହୋଦୟ ଓ ମାନ୍ୟବର ସୁପ୍ରିମ କୋର୍ଟ ର ସିନିଅର ଷ୍ଟାଣ୍ଡିଙ୍ଗ କାଉନସେଲ ଜନ୍ମେଜୟ ରାଏ ପ୍ରମୁଖ ଉପସ୍ଥିତ ରହି ମଧୁ ବାବୁଙ୍କର ପ୍ରତି ମୂର୍ତ୍ତୀ ରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ର ସ୍ମୃତି ଚାରଣ କରି ଓକିଲ ଦିବସ ପାଳନ କରିଥିବା ଦେଖାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें