ଯବାନ ଙ୍କ ହୃଦଘାତ ରେ ପରଲୋକ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବ୍ଲକ ସାନପଦର ଗ୍ରାମର ବୀର ଯବାନ ପବିତ୍ର ମୋହନ ଶ୍ରୀଚନ୍ଦନ(୫୪) ଙ୍କର ସୋମବାର ହୃଦଘାତରେ ପରଲୋକ ଘଟିଛି ସେ ୧୯୯୦ମସିହାରେ ବିଏସ ଏଫ ରେ ଯୋଗଦେଇଥିଲେ. ସେ ଛୁଟିରେ ଘରକୁ ଆସିଥିଲେ. ସକାଳୁ ହୃଦଘାତ ହୋଇଥିଲା. ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ. ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ. ଆଜି ସକାଳୁ ସେ ନିଜ କର୍ତ୍ତବ୍ୟ ସ୍ଥଳକୁ ଯାଇଥାନ୍ତେ. ଖବର ପାଇ ଖୋର୍ଦ୍ଧା ୦୨ବିଏନ ବିଏସଏଫ ବାଟାଲିୟନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଜ ଗ୍ରାମକୁ ନେଇ ଜାତୀୟ ପତାକା ଘୋଡାଇଥିଲେ. ପରେ ଗ୍ରାମ ଶ୍ମଶାନ କୁ ନେଇ ଗାର୍ଡ ଅଫ ଅନର ତୋପସଲାମୀ ଦିଆଯାଇଥିଲା. ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା. ଅଂଚଳର ହଜାର ହଜାର ଲୋକେ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ.

Sidha Sambad
Author: Sidha Sambad

Leave a Comment

और पढ़ें