କାଲି ଠୁ ତିନି ଦିନିଆ ଗସ୍ତରେ ରାଜସ୍ଥାନ ଯିବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଗ୍ରେଟ ଇଣ୍ଡିଆ ଟ୍ରାଭେଲ ବଜ଼ାର ରେ ଦେବେ ଯୋଗ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର ତା ୦୨/୦୫/୨୦୨୫ରିଖ

ଆସନ୍ତାକାଲି ତା ୦୩/୦୫/୨୦୨୫ରିଖ ରୁ ତା୦୫/୦୫/୨୦୨୫ରିଖ ଯାଏଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ତିନିଦିନିଆ ରାଜସ୍ଥାନ ଗସ୍ତରେ ଯିବେ । ଆସନ୍ତା ୪ ତାରିଖରେ ଜୟପୁର ଠାରେ ଆୟୋଜିତ ହେବାକୁ ଥିବା ଗ୍ରେଟ୍ ଇଣ୍ଡିଆ ଟ୍ରାଭେଲ ବଜାରର ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେବେ। ଏହା ପରେ ମିଟ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଯୋଗ ଦେବେ।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ପ୍ରଚାର ପ୍ରସାର କରିବା ସହ ଓଡିଶା ପର୍ଯ୍ୟଟନର ସମ୍ଭାବ୍ୟ ବିକାଶ ପ୍ରସଙ୍ଗରେ ବିଭିନ୍ନ ନିବେଶକମାନଙ୍କ ସହ ଆଲୋଚନା କରିବେ। ଓଡିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ଓ ସେମାନଙ୍କୁ ଉଚ୍ଚକୋଟିର ସେବା ଉପଲବ୍ଧ କରିବା ଉପରେ ବିଭିନ୍ନ ବିଶେଷଜ୍ଞ ମାନଙ୍କ ସହ ଶ୍ରୀମତୀ ପରିଡା ଆଲୋଚନା କରିବେ।

Sidha Sambad
Author: Sidha Sambad

Leave a Comment

और पढ़ें