ତାଳସାରି ଓ ଚାନ୍ଦିପୁର ପର୍ଯ୍ୟଟନ କ୍ଷେତ୍ରରେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଳସାରୀ ହେବ ପର୍ଯ୍ୟଟନ ହବ

👇समाचार सुनने के लिए यहां क्लिक करें

ବନେଶ୍ୱର ତା ୦୧/୦୫/୨୦୨୫ରିଖ

ଆଜି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ଏକଦିବାସିୟ ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ ତାଳସାରି ଓ ଚାନ୍ଦିପୁର ପର୍ଯ୍ୟଟନ କ୍ଷେତ୍ରର ସମୀକ୍ଷା କରିଥିଲେ । ଉଭୟ ଆକାଶ ମାର୍ଗ ଓ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଶ୍ରୀମତୀ ପରିଡା ଏହି ଅଞ୍ଚଳର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ, ନୂତନ ସମ୍ଭାବନା ଓ ଆହ୍ୱାନ ବିଷୟରେ ସମୀକ୍ଷା କରିଥିଲେ। ତାଳସାରୀ ଅଞ୍ଚଳ କୁ ପର୍ଯ୍ୟଟନ ହବ ରେ ପରିପ୍ରକାଶ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଦୃଢ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଢଙ୍ଗୀଙ୍କ ସମେତ ବାଲେଶ୍ୱର ଓ ଭୋଗରାଇ ବିଧାୟକ ମଧ୍ୟ ଯୋଗ ଦେଇଥିଲେ। ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଓ ବିଭାଗୀୟ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ସେ ବାଲେଶ୍ଵର ଜିଲ୍ଲା ଇସାଣି ଗ୍ରାମରେ ସ୍ୱର୍ଗତ ପ୍ରଶାନ୍ତ କୁମାର ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें