ପାନୀୟ ଜଳ ପାଇପ କୁ କାଟି ବାଲି ଚୋରିକୁ ନେଇ ଥାନାରେ ଅଭିଯୋଗ।

👇समाचार सुनने के लिए यहां क्लिक करें

ନୀଳଗିରି, ୨/୫ (ସିଧାସମ୍ବାଦ); ନୀଳଗିରି ଥାନା ବେଗୁନିଆ ପଞ୍ଚାୟତର ଦୋବାଟି ଗ୍ରାମ ର ମେଗା ପ୍ରକଳ୍ପର ପାଣି ପାଇପ କୁ କାଟି ଦେଇ ଚୋରାରେ ବାଲି ଚୋରି କରୁଥିବାରୁ ଗ୍ରାମବାସୀ ମାନେ ପାଣି ପାଇଁ ବହୁ କଷ୍ଟ ପାଉଥିବା ନେଇ ଆଜି ନୀଳଗିରି ଥାନାରେ ଅଭିଯୋଗ ହୋଇଛି।ବିବରଣୀ ଅନୁଯାୟୀ ଦୋବୀଟୀ ଗ୍ରାମ ଦେଇ ଯାଇଥିବା ସୋନ ନଦୀ ର ୨ ପାର୍ଶ୍ଵରେ ଗ୍ରାମକୁ ବନ୍ୟା ପାଣି ନ ଯିବା ପାଇଁ ବହୁମୋଟା ଆଡ଼ିବନ୍ଧ ବନ୍ଧାଯାଇଥିଲା। ଆଡ଼ିବନ୍ଧ କଡ଼ ଦେଇ ମେଗା ପ୍ରକଳ୍ପର ମୋଟା ପିଇବାପାଣି ପାଇପ ଯାଇଛି । ଭକ୍ତ ଗ୍ରାମ ର ବୁଧଦେବ ବେହେରା ଓ ଦେବି ପ୍ରସାଦ ବେହେରା ୨ଜଣ ଗୁଗୁରା ପାଳ ସାହିର ନଦୀର ଆଡ଼ି ବନ୍ଧ କୁ ୧୦ ଫୁଟ ଓସାର ଗଭୀର କରିବା ସହ, ମେଗା ପାଇକୁ କାଟି ଦେଇ ଦୈନଦିନ ଜେସିବି ଦ୍ଵାରା ଶହ ଶହ ଟ୍ରିପ ବାଲି ଉକ୍ତ ବନ୍ଧ ଦେଇ ଚୋରି କରୁଛନ୍ତି। ଯାହାଫକରେ ଗ୍ରାମର ହଜାର ହଜାର ଲୋକ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି। ଆଜି ଉକ୍ତ ଗ୍ରାମର ଗ୍ରାମବାସୀ ପିଇବା ପାଣି ପାଇପ୍ କୁ କାହିଁକି କାଟିଛ ବୋଲି ପଚାରିବାରୁ ବାଲି ଚୋରି କରୁଥିବା ବୁଦ୍ଧଦେବ ଓ ଦେବିପ୍ରସାଦ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଙ୍କୁ ଅଶିଳ୍କ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗା,କଟୁରୀ ଧରି ମାରିବାକୁ ଉଦ୍ଯମ କରିଥିଲେ ଓ ବିରୋଧ କରୁଥିବା ଗ୍ରାମବାସୀ ଯଦି ଆମ୍ଭ ନାମରେ ଏତେଲା କର ତାହଲେ ତୁମ୍ଭମାନଙ୍କୁ ଜୀବନରୁ ମାରି ଶେଷ କରିଦେବୁ ବୋଲି ନୀଳଗିରି ଥାନାରେ ଅଭିଯୋଗ ହୋଇଛି।ଉକ୍ତ ଘଟଣାକୁ ନେଇ ନୀଳଗିରି ଥାନାର ଆଇ.ଆଇ.ସି.ଗୋବର୍ଦ୍ଧନ ନାୟକ ତଦନ୍ତ କରୁଥିବା ଜଣାପଡ଼ିଛି।

Sidha Sambad
Author: Sidha Sambad

Leave a Comment

और पढ़ें