ନୀଳଗିରିରେ ଛଉନୃତ୍ୟର ପୁନରୁଦ୍ଧାର ପାଇଁ ପ୍ରାଧାନ୍ୟ ଦେବି। ଜଗଦୀଶ ମର୍ଦ୍ଦରାଜ।

👇समाचार सुनने के लिए यहां क्लिक करें

ନୀଳଗିରି -୨/୫(ସିଧାସମ୍ବାଦ);
ସଂଯୁକ୍ତା ଏବଂ ରଘୁନାଥ ପାଣିଗ୍ରାହୀ କଲ୍ଟୁରାଲ ହେରିଟେଜ୍ ଫାଉଣ୍ଡେସନର ନବନିଯୁକ୍ତ ସଭାପତି ଜଗଦୀଶ ମର୍ଦ୍ଦରାଜ ନୀଳଗିରିରେ ହଜିଯାଇଥିବା ଓଡ଼ିଶୀ ନୃତ୍ୟ ଓ ଗୀତର ପୁନରୁଦ୍ଧାର ପାଇଁ ଅଗ୍ରାଧିକାର ଦେବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ରାଜପରିବାର ସଦସ୍ୟ ତଥା ଓଡ଼ିଶାର ମହାନ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀ ଓ ତାଙ୍କର ସ୍ବାମୀ ବିଶିଷ୍ଟ ଓଡ଼ିଶୀ ଓ ପାରମ୍ପରିକ ଗାୟକ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ କଲ୍ଟୁରାଲ୍ ହେରିଟେଜ ଫାଉଣ୍ଡେସନର ପୂର୍ବତନ ଉପସଭାପତି ତଥା ଗତ ଅପ୍ରେଲରେ ନବନିଯୁକ୍ତ ସଭାପତି ଜଗଦୀଶ ମର୍ଦ୍ଦରାଜ ହରିଚନ୍ଦନ ମଇ ୨ତାରିଖ ଏକ ପ୍ରେସବିଜ୍ଞପ୍ତି ଜାରିକରି ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପୁନରୁଦ୍ଧାର ପାଇଁ ପ୍ରାଧାନ୍ୟ ଦେବେବୋଲି ସୂଚନା ଦେଇଛନ୍ତି। ମୁଖ୍ୟତଃ ନୀଳଗିରି ରାଜପରିବାର ଦ୍ବାରା ପ୍ରୋତ୍ସାହିତ ଛଉନୃତ୍ୟକୁ କିପରି ନୀଳଗିରି ମାଟିର ଶିଳ୍ପୀମାନେ ଛଉନୃତ୍ୟ ପ୍ରତି ପୁନଃ ଆକୃଷ୍ଟ ହେବେ ସେଥିପ୍ରତି ଦୃଷ୍ଟିଦେବେ ବୋଲି ସୂଚନା ଦେଇଛନ୍ତି। ଏଥିସହିତ ସମଗ୍ର ଓଡ଼ିଶା ସମେତ ନୀଳଗିରି ମାଟିରେ ପୁରାତନ ଓଡ଼ିଶୀ ନୃତ୍ୟ ଓ ଗୀତର ପୁନରୁଦ୍ଧାର କରି ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାରପ୍ରସାର କରି ଏହାର ପୁର୍ବ ଐତିହ ଫେରିବ ସେଥିପ୍ରତି ଗୁରୁତ୍ୱ ଦେବେବୋଲି ସୂଚନା ଦେଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें