ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ଦେବୀ ଙ୍କ ର ଅବସର କାଳିନ ସମ୍ବର୍ଧନା।

👇समाचार सुनने के लिए यहां क्लिक करें

ଖୋର୍ଦ୍ଧା ଜିଲ୍ଲା, (ସିଧା ସମ୍ବାଦ)ବୋଲଗଡ଼ ବ୍ଳକ,ଫାସିଓଦା ଗ୍ରାମ ପଞ୍ଚାୟତ କୋଟ୍ଟପଲ୍ଲା ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ସ୍ଥିତ, ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ଦେବୀ ଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀମତୀ ପୁଷ୍ପଲତା ଗତ ୩୦,୪,୨୦୨୫ରିଖଦିନ ଅବସର ଗ୍ରହଣ କରିଥିଲେ ମଧ୍ୟ କ୍ଳଷ୍ଟର
ବିଦ୍ୟାଳୟ ଭିମପଡା ରେ ଅନ୍ୟ ଏକ ସମ୍ବଦ୍ଧନା ଉତ୍ସବ ଯୋଗେ ସେଥିପାଇଁ ତାହା ସମ୍ପଦିନ କରାଯାଇଥିଲା। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ଦେବୀ ଙ୍କ
ର ସଭାପତିତ୍ବ ରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା।ଉକ୍ତ‌ ଉତ୍ସବରେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ବଳବନ୍ତରାୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଲଗଡ଼ ମୁଖ୍ୟ ଅତିଥି ଥିଲେ।ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ବିପିନ୍ ବିହାରୀ ସୁବୁଦ୍ଧି, ଅବସରପ୍ରାପ୍ତ ଶିକ୍ଷକ ନିଜର ଅଭିମତ ରଖି ଶିକ୍ଷୟିତ୍ରୀ ଙ୍କ ର ସମୟାନୁ ବର୍ତତା ଓ କାର୍ଯ୍ୟ ଦକ୍ଷତା ଉପରେ ଟିପଣି ଦେଇଥିଲେ। ଶ୍ରୀମତୀ ଅମିତା ମିଶ୍ରABEO, ବୋଲଗଡ଼ ପୁଷ୍ପଲତା ଦେବୀ ଙ୍କ ଛାତ୍ର ବସ୍ଛଳତା ଓ କର୍ତ୍ତବ୍ୟ ପରାୟଣ ସମ୍ଭଦ୍ଧ ରେ ମତପ୍ରଦାନ କରିଥିଲେ। ମହମ୍ମଦ ମୁସ୍କାକ୍ ଅଲ୍ଲୀ ପୁଷ୍ପଲତା ଦେବୀ ଙ୍କ ଛାତ୍ର ବସ୍ଛଳତା ଓ ପରୀଚାଳନା କ୍ଷେତ୍ରରେ ସ୍ପଷ୍ଟ ବାଦିତା ଓ କର୍ତ୍ତବ୍ୟ ନିପୁଣା ଏହା ଜଣାଇ ଥିଲେ।ଫାସିଓଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ଭଟ୍ଟ ଶିକ୍ଷୟତ୍ରୀ ଙ୍କ ନାମସହ ନିଜର ନାମ ସାମଯସ୍ୟ ଓ କର୍ତ୍ତବ୍ୟ ପରାୟଣ ବିଦ୍ୟାଳୟ ଉତ୍ସବ ରେ ସକ୍ରିୟ ଅଂଶ ଗ୍ରହଣ ସମୟାନୁବର୍ତି ୟ ରେ ମତ ରଖିଥିଲେ। ସମାଜ ସେବୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହ ପାଠି ତେଣୁ ତାଙ୍କ ସ୍ପଷ୍ଠ ବାଦିତା ଓ ଛାତ୍ର ବସ୍ଛଳତା ଆଦି ଗୁଣର ଭୂୟସୀ ପ୍ରଶଂସା କରିଥିଲେ। ସାମ୍ବାଦିକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି ପୂର୍ବ କାଳର ଗୁରୁ ଓ ଶିକ୍ଷକ ପବିତ୍ର ସମ୍ପର୍କ ରେ ସୁଚନା ଦେଇଥିଲେ। ଅଦ୍ୟାବଧି ଶିକ୍ଷକ ଏବଂ ଛାତ୍ର ମଧ୍ୟ ରେ ଭାବ ବିନିମୟ ରେ ଯେଉଁ ବେତିକ୍ରମ ତାହା ଆଲୋଚନା କରିଥିଲେ। ଶିକ୍ଷକ ବନ୍ଧୁ ହେମନ୍ତ କୁମାର ସାହୁ ଶିକ୍ଷୟତ୍ରୀ ଙ୍କ ର କର୍ତ୍ତବ୍ୟ ପରାୟତା ସ୍ପଷ୍ଠବାଦିତା ସମୟ ଅନୁବାର୍ତିତା ସହ ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ବୋଲି ସମ୍ବୋଧନ କରିଥିଲେ।ଶିକ୍ଷକ ଶ୍ରୀଯୁକ୍ତ ବାନାମ୍ବର ଷଡ଼ଙ୍ଗୀ ଶିକ୍ଷୟତ୍ରୀ ଙ୍କ ର ସମ୍ପର୍କିୟ ଭାଇ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗିଣ କାର୍ଯ୍ୟ କୁଶଳତା ଓ କର୍ମ ତପ୍ପରତା ସମ୍ବଦ୍ଧ ରେ ମତ ଦେଇଥିଲେ।ପ୍ରାତନ ପ୍ରଧାନ ଶିକ୍ଷକ ଗଦାଧର ବାଞ୍ଛା ନିଧି ଉଚ୍ଚ ବିଦ୍ୟାଳୟ ମାଣିକଗଡାର ଶ୍ରୀଯୁକ୍ତ ଯୋଗିନାଥ ନାୟକ ଶିକ୍ଷୟତ୍ରୀ ପାଠ ପଢା ପ୍ରତି କେତେ ନିଷ୍ଠାବାନ ଓ ୧ମ,୨ୟ ଶ୍ରେଣୀ ରେ ଶିକ୍ଷା ଦାନ ରେ ସିଦ୍ଧ ହସ୍ତ ବଣ୍ଣନା ଦିର୍ଘନିରାମୟ କରିଥିଲେ।ଜୀବନ ପାଇଁ ପ୍ରଭୁ ଙ୍କ ପାଖରେ ଅଳି କରି ଥିଲେ।କୋଟ୍ଟପଲ୍ଲା ଗ୍ରାମ ର ବର୍ଷିୟାନ ବ୍ୟକ୍ତି ଧୋବା ମାଝୀ ଙ୍କୁ ତାଙ୍କର ଗ୍ରାମପତି ଓ ଅନୁଷ୍ଠାନ ପ୍ରତି ଯେଉଁ କର୍ତ୍ତବ୍ୟ ପରାୟଣ ଅଛି ତାହାକୁ ଉପଲବ୍ଧ କରି ତାଙ୍କୁ ସମ୍ମାନୀତ ଏହି ଶିକ୍ଷାୟତନ ପରିବେଶ ରେ ହିଁ କରାଯାଇଥିଲା।
ଶିକ୍ଷକ ସଂଘ ବୋଲଗଡ଼ ତରଫରୁଏକ ମାନପତ୍ର ପ୍ରସ୍ତୁତ କରାଯାଇ ଶ୍ରୀମତୀ ପୁଷ୍ପଲତା ଦେବୀ ଙ୍କ ଉଦଶ୍ୟରେ ପ୍ରଦାନ କରି ଦିଦି ଜଣେ ଧର୍ମାଶ୍ରୟୀ,ଉତମ ଗୃହୁଣୀ ଅତିଥି ପରାୟଣ ସହ ଆଦର୍ଶ ଶିକ୍ଷୟିତ୍ରୀ ଭାବେ କର୍ତ୍ତବ୍ୟ ନିଷ୍ଠ ପ୍ରତିପାଦିତ କରିଥିଲେ। ବିଦ୍ୟାଳୟ କମିଟି ଓ ଗ୍ରାମବାସୀ ଶିକ୍ଷୟିତ୍ରୀ ଙ୍କୁ ଦାୟିତ୍ୱବୋଧ,ନିଷ୍ଠାପରାୟଣ,ଅମାପ ଆତ୍ମିୟତା ଛାତ୍ର ଓ ବନ୍ଧୁବତ୍ସଳତା।ସମୟାନୁବର୍ତିଣ ଭଳି ଅନେକ ଗୁଣର ଅଧୀକାରୀଣୀ ବୋଲି ଭୂୟସୀ ପ୍ରଶଂସା କରି ଏକ ମାନପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟ ମାନ ବୃଦ୍ଧି ପାଇଁ ଅକୁଣ୍ଠ ପରିଶ୍ରମ କରନ୍ତି ବୋଲି ଏହା ବ୍ୟକ୍ତ କରି ଏକ ମାନପତ୍ର ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଙ୍କ ପ୍ରତି ଅତିଥି ମାନଙ୍କ ର ବିଦାୟକାଳିନସଭାସଣ ର ବାକ୍ୟାବଳି ତାଙ୍କର କାର୍ଯ୍ୟ କଳାପର ଏକ ନିର୍ଦଶନ ଥିଲା। ପରିଶେଷରେ ସାନ୍ତ ଓ ସୁସ୍ଥ ବାତାବରଣ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ଗ୍ରାମବାସୀଙ୍କ ପ୍ରଚେଷ୍ଟା ଓ ସମୁହ ସହଯୋଗ ରେଏକ ନିରାଡମ୍ବର ଖାଦ୍ୟ ପାନିୟ ର ବ୍ୟବସ୍ଥା କରି ଅତିଥି ମାନଙ୍କୁ ଆପ୍ୟାଇତ କରାଯାଇଥିଲା।ପରୀଶେଷରେ ଗ୍ରାମବାସୀ ବିଦ୍ୟାଳୟ ର ଭାରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ପୂର୍ବତନ ଓ ଅଧୁନା ଛାତ୍ର ଓ ଛାତ୍ରୀ ଙ୍କ ଉଦ୍ୟମ ରେ ଏକ ଶୋଭାଯାତ୍ରା ର ଆୟୋଜନ କରୀ ଶ୍ରୀମତୀ ପୁଷ୍ପଲତା ଦେବୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଦମ୍ପତି ଙ୍କୁ ଏବଂ ତାଙ୍କ ପତି ଦେବ ଅବଶର ଶିକ୍ଷକ ହୋଇ ମଧ୍ୟ ଏହି ସ୍କୁଲରେ ଶିକ୍ଷା ଦାନ କରୁଥିବାରୁ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ଗ୍ରାମ ପରିକ୍ରମା କରି ବିଦାୟ ଦିବସ କୁ ଆକର୍ଷଣୀୟ ଭାବଦିପକ ତଥା ସମ୍ବେଦନଶୀଳ କରାଯାଇଥିଲା।ଏହି ଭବ୍ୟ ସମ୍ବର୍ଦ୍ଧନା ରେ ଦୁହିଁଙ୍କୁ ବେଶ ଭାବ ଗର୍ଭକ ଓ ଛାତ୍ର ବତ୍ସଳତା ଗୁଣର ଅଧିକାରିଣି କରିଥିଲେ। ଗ୍ରାମ ପ୍ରତି ଶିକ୍ଷୟିତ୍ରୀ ଙ୍କ ର ମନଭାବକ ବ୍ୟକ୍ତ କରୀ
ଗ୍ରାମ ର ସହଯୋଗ ଓ ସହାନୁଭୁତି ପ୍ରତି କୃତଜ୍ଞା ଜ୍ଞାପନ କରିଥିଲେ । ବୋଲଗଡ଼ ରୁ ରିପୋର୍ଟର ବିଷ୍ଣୁ ପ୍ରସାଦ ମହାନ୍ତି ଙ୍କ ସହ ହରପ୍ରସାଦ ନାଥ ସିଧା ସମ୍ବାଦ।

Sidha Sambad
Author: Sidha Sambad

Leave a Comment

और पढ़ें