ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଦୋକାନୀ ଙ୍କ ଜୀବନ। ଦୋକାନୀ ଙ୍କ ମୃତ୍ୟୁ ଖବରରେ ସ୍ତବ ସାରା ଅଞ୍ଚଳ।

👇समाचार सुनने के लिए यहां क्लिक करें

ନୀଳଗିରି,୩/୪(ସିଧାସମ୍ବାଦ)|
ନୀଳଗିରି ବ୍ଲକ୍ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର ମନୋରଞ୍ଜନ ସିଂହ ଦୀର୍ଘ ଦିନ ହେବ ପୋଡ଼ାଶୂଳ ଛକରେ ଏକ କଳିଆ ଡ୍ରେସ୍ ହାଉସ ନାମକ ଦୋକାନ କରି ପରିବାର ପ୍ରତିପଷଣ କରିଆସୁଥିଲେ। ଗତକାଲି ରାତି ୧୦ ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯିବା ସମୟରେ ପୋଡାଶୁଳ ରୁ ଚତର ଗାଁ ରାସ୍ତା ସ୍କୁଲ ପାଖରେ ଅନ୍ୟ ଏକ ବାଇକ ଧକ୍କା ଦେଇ ତଳେ ପଡ଼ି ଯାଇଥିଲେ ଫଳରେ ମନୋରଞ୍ଜନ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ନୀଳଗିରି ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇଥିଲେ ହେଲେ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ମୂଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରଯାଇଥିଲା ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ନେଉଥିବା ବେଳେ ଭଦ୍ରକ ପାଖରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା।
ତେବେ ମନୋରଞ୍ଜନ ଙ୍କ ପାର୍ଥିବ ଶରୀର ଆଜି ପୋଡ଼ାଶୁଳ ବଜାରରେ ପହଞ୍ଚିବା ପରେ ଅଞ୍ଚଳରେ ଶକର ଛାୟା ଖେଳିଯାଇଛି। ବଜାର କମିଟି ପକ୍ଷରୁ ମନୋରଞ୍ଜନ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ନିଜ ଗ୍ରାମ ବାବନ୍ଧ କୁ ନିଆଯାଇ ଶେଷକୃତ ସଂପନ୍ନ କରାଯାଇଛି। ତେବେ ମନୋରଞ୍ଜନ ଜଣେ ଅତ୍ୟନ୍ତ ମେଳାପ ପ୍ରକୃତିର ଲୋକ ଥିବାରୁ ଅଞ୍ଚଳରେ ତାଙ୍କର ମୃତ୍ୟୁ କୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें