ମା ମଙ୍ଗଳା ମନ୍ଦିରକୁ ଶିକ୍ଷକଙ୍କ ୧ ଲକ୍ଷ ଟଙ୍କା ପ୍ରଦାନ ।

👇समाचार सुनने के लिए यहां क्लिक करें

ନୀଳଗିରି,୧୨/୫(ସିଧାସମ୍ବାଦ),
ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ପୁନ୍ଦାଳ ଗ୍ରାମରେ ଥିବା ମା’ ମଙ୍ଗଳା ମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ରଣଜିତ୍ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ ମନ୍ଦିର କମିଟିର ସଭ୍ୟ ତଥା ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ବ୍ରହ୍ମାନନ୍ଦ ନାୟକ, ଅଶୋକ ନାୟକ, ରମେଶ ଚନ୍ଦ୍ର ମହାନ୍ତି,କମଳଲୋଚନ ନାୟକ, ସଞ୍ଜୟ କୁମାର ରଣଜିତ୍,
ଗୌରଚନ୍ଦ୍ର ନାୟକ, ଜ୍ଞାନରଂଜନ ନାୟକ ,ସରୋଜ କୁମାର ମହାନ୍ତି, ଦୀନବନ୍ଧୁ ରାୟ, ଶିଶିକାନ୍ତ ଗନ୍ତାୟତ, କରୁଣାକର ପାତ୍ର ପ୍ରମୁଖ ଉପସ୍ଥିତିରେ ଏହି ଅର୍ଥରାଶି ଗ୍ରହଣ କରିଥିଲେ । ଶିକ୍ଷକଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ନେଇ ଗ୍ରାମ ଓ କମିଟିର ସଦସ୍ୟ ଭୂୟସୀ ପ୍ରଶଂସା କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें