କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ଲୁଟ୍ ଘଟଣା….. ନୀଳଗିରିରୁ ଦିଲ୍ଲୀ ପୋଲିସ ପୁଣି ଜବତକଲା ଲକ୍ଷେ ସତୁରୀ ହଜାର ଟଙ୍କା ।

👇समाचार सुनने के लिए यहां क्लिक करें

ନୀଳଗିରିରୁ ଦିଲ୍ଲୀ ପୋଲିସ ପୁଣି ଜବତକଲା ଲକ୍ଷେ ସତୁରୀ ହଜାର ଟଙ୍କା ।
ନୀଳଗିରି- ୧୩/୫(ସିଧାସମ୍ବାଦ);
ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରୀ ଘଟଣାରେ ପୁଣି ଦିଲ୍ଲୀ ପୋଲିସ ନୀଳଗିରି ଅଞ୍ଚଳରୁ ଏକଲକ୍ଷ ସତୁରୀ ହଜାର ଟଙ୍କା ଜବତକରିଛି। ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ୨୩ ତାରିଖରେ ନୂଆଦିଲ୍ଲୀ ଡିଫେନ୍ସ କଲୋନୀରୁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ଅଧୀନ ନିମ୍ନଗଡିଆ ଭିମେଇ ଗ୍ରାମର ମଙ୍ଗ ମଲ୍ଲିକଙ୍କ ପୁଅ ଧରେନ୍ଦ୍ର ମଲ୍ଲିକ ପାଖାପାଖି କୋଟିଏ ଟଙ୍କାର ସୁନା,ରୂପା ଓ ହୀରା ଆଦି ବିଭିନ୍ନ ଗହଣା ଓ ଟଙ୍କା ଚୋରୀକରି ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇ ଦିଲ୍ଲୀପୋଲିସ ନୀଳଗିରି ପୋଲିସ ସହାୟତାର ଅଭିଯୁକ୍ତ ଧରେନ୍ଦ୍ରଙ୍କ ସହ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିବା ସହ ଗହଣା ଜବତ କରିଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ନିଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ମୁଖ୍ୟ ଅଭିଯୁକ୍ତ ଧରେନ୍ଦ୍ରଙ୍କ ସାନଭାଇ ଅଶୋକ ମଲ୍ଲିକଙ୍କ ଠାରୁ ୩୪୦ଖଣ୍ଡ ପାଞ୍ଚଶହ ଟଙ୍କିଆ ନୋଟ ମୋଟ ୧ଲକ୍ଷ ସତୁରୀ ହଜାର ଟଙ୍କା ଜବତ କରିଥିବା ବେଳେ ତଦନ୍ତକାରି ଅଫିସର ଭାବେ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଖଗେନ ମହାଳିକ ସହଯୋଗ କରିଥିଲେ । ଦିଲ୍ଲୀପୋଲିସକୁ ଅବଗତ କରାଯିବା ପରେ ମଙ୍ଗଳବାର ଦିଲ୍ଲୀପୋଲିସ ନୀଳଗିରି ଥାନାରେ ପହଞ୍ଚି ତଦନ୍ତପରେ ନୀଳଗିରି ଆଇଆଇସି ଜବତ କରିଥିବା ଲକ୍ଷେ ସତୁରୀହଜାର ଟଙ୍କାକୁ ହସ୍ତାନ୍ତର କରାଯାଇଥିଲା।ଦିଲ୍ଲୀପୋଲିସ ସମସ୍ତ ଟଙ୍କାନେଇ ଦିଲ୍ଲୀ ଫେରିଯାଇଥିବା ସୂଚନା ମିଳିଛି।

Sidha Sambad
Author: Sidha Sambad

Leave a Comment

और पढ़ें