ଦଶମ ଶ୍ରେଣୀ CBSE ବୋର୍ଡ ପରୀକ୍ଷାରେ ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ନିଜର ଜଲ୍ଵା ଦେଖାଇଛି। ସମସ୍ତ ପୁରୁଣା ପ୍ରାଇଭେଟ୍ ସ୍କୁଲ ମIନଙ୍କୁ ପଛରେ ପକାଇ ତା ପ୍ରଭାବ ଦେଖାଇଛି। ଏହି ପରୀକ୍ଷାରେ ମୋଟ ୨୭ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୨୨ ଜଣ ଛାତ୍ର ଛାତ୍ରୀ ଫାଷ୍ଟ ଡିଭିଜନ ଅକ୍ତିଆର କରି ଥିଲେ। ସେଥିମଧ୍ୟରୁ ୩ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତ ରୁ ଅଧିକା ନମ୍ୱର ରଖି ସ୍କୁଲକୁ ଗୌରବ ଆଣି ଦେଇଛନ୍ତି। ୯ ଜଣ ଛାତ୍ର ଛାତ୍ରୀ ୮୦ ପ୍ରତିଶତ ରୁ ଅଧିକ ନମ୍ୱର ରଖିବା ଅନ୍ୟ ଏକ ବିଶେଷତ୍ଵ। ସ୍କୁଲର ରିଜେଲ୍ଟ ସତ ପ୍ରତିଶତ ଫଳାଫଳ ପାଇଅଛି। ଏହି ଫଳା ଫଳ ପାଇଥିବାରୁ ମେନେଜିଂ କମିଟି ତତଫରୁ ପ୍ରିନ୍ସିପଲ୍, ମ୍ୟାନେଜର, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିବାବକ ଏବଂ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।




