ନୂତନ ଶୀତଳ ଭଣ୍ଡାର ନୀତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ● ଅଦ୍ୟାବଧି ୮୨ଟି ଉଦ୍ୟୋଗୀ ଆବେଦନ କରିଛନ୍ତି ● ଆଗ୍ରହୀ ଉଦ୍ୟୋଗୀଙ୍କୁ ଯଥାଶୀଘ୍ର GO SUGAM ପୋର୍ଟାଲରେ ଆବେଦନ କରିବାକୁ ଅନୁରୋଧ ● ସରକାରଙ୍କ ଦ୍ଵାରା ପ୍ରଦତ୍ତ ଆର୍ଥିକ ସହାୟତାର ଲାଭ ଉଠାଇବାକୁ ପରାମର୍ଶ

👇समाचार सुनने के लिए यहां क्लिक करें

ଭୁବନେଶ୍ଵର/ତା୧୭.୦୫.୨୦୨୫:

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଶା ଶୀତଳ ଭଣ୍ଡାର ଆସୋସିଏସନ ସଦସ୍ୟ ଏବଂ ଶୀତଳ ଭଣ୍ଡାର ସ୍ଥାପନ ନିମିତ୍ତ ଇଛୁକ ଉଦ୍ୟୋଗୀଙ୍କ ମଧ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ବିଭାଗୀୟ ଅଧିକାରୀ ମାନେ ଉଦ୍ୟୋଗୀ ମାନଙ୍କ ସହିତ ରାଜ୍ୟ ସରକାରଙ୍କ ନୂତନ ଶୀତଳ ଭଣ୍ଡାର ନୀତି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।

ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ସହ କୃଷି ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷି ଉଦ୍ୟୋଗୀ ମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଶୀତଳ ଭଣ୍ଡାର ଆସୋସିଏସନର ସଦସ୍ୟବୃନ୍ଦ ସରକାରଙ୍କ ଏହି ଅଭିନବ ପଦକ୍ଷେପକୁ ପ୍ରଶଂସା କରିବା ସହିତ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ, ଯାହା ଭବିଷ୍ୟତରେ ସରକାରଙ୍କ ଏହି ନୀତିକୁ ଆହୁରି ସହଜ ଏବଂ ସରଳ କରାଯାଇପାରିବ । ଉଦ୍ୟୋଗୀମାନଙ୍କ ସକରାତ୍ମକ ପରାମର୍ଶକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବା ନେଇ ପ୍ରମୁଖ ଶାସନ ସଚିବ ସୂଚନା ପ୍ରଦାନ କରିଛନ୍ତି ।

ଏହି ଅବସରରେ ସମସ୍ତ ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଭାଗ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରମୁଖ ଶାସନ ସଚିବ, ଡ଼ ପାଢ଼ୀ କହିଛନ୍ତି । ଏଥି ସହିତ ସରକାରୀ ଆର୍ଥିକ ସହାୟତା ଉପଲବ୍ଧ କରିବା ପାଇଁ ଉଦ୍ୟୋଗୀ ମାନଙ୍କୁ ଅବିଳମ୍ବେ GO-SUGAM Portalରେ ଆବେଦନ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଅଛି ।

ସୂଚନାଯୋଗ୍ୟ ଯେ ରାଜ୍ୟର ଅଦ୍ୟାବଧି ୨୫ ଗୋଟି ଜିଲ୍ଲାର ୮୨ ଜଣ ଆଗ୍ରହୀ ଉଦ୍ୟୋଗୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ GO-SUGAM ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଖୁବଶୀଘ୍ର ଏହା ଉପରେ ପ୍ରକ୍ରିୟା ଆରମ୍ଭ କରାଯିବ

Sidha Sambad
Author: Sidha Sambad

Leave a Comment

और पढ़ें