ନିଳଗିରି ନିର୍ବାଚନ ମଣ୍ଡଳୀରେ ନିଳଗିରି ଏନ୍ ଏ ସି ର ୧୦ନମ୍ୱର ୱାର୍ଡ କହାଳିଆ ଗ୍ରାମ ଏବେ ପାଲଟିଛି ଚୋର ଗୋରୁ ବେପାରୀଙ୍କ ପେଣ୍ଠସ୍ଥଳୀ। ପ୍ରତି ଦିନ ୧୦ରୁ ୧୫ ଗୋରୁ କିଣାଯାଇ ଚୋରାରେ କଂସେଇ ଖାନାକୁ ବିକ୍ରି କରିଥାନ୍ତି। ବହୁବାର ପୋଲିସ ଗୋରୁ ଗାଡ଼ି ଜବତ କରି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ନଜିର ଅଛି। ମାତ୍ର କେସବୁକୁ ଖାତିର ନକରି ପୁଣି ଚୋର ଗୋରୁ ବେପାର ରେ ଲାଗିପଡିଲେ। ଶେଷରେ ଶନିବାର ଦିନ ପ୍ରାୟ ୧୧ଟା ସମୟରେ ଏକ ଟାଟା ଏ ସି ଗାଡ଼ି (ଓଡ଼ି ଜିରୋ ୱାନ, ଏ ଏ ୨୭୯୭) ରେ ଦୁଇଟି ବେଆଇନ୍ ଭାବେ ଗୋରୁ ଆଣୁଥିବା ବେଳେ ଘାଟଘରସାହି ନିକଟରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଗୋରୁ ଗାଡି କୁ ଅଟକାଇଥିଲେ। ସବିଶେଷ ତଥ୍ୟ ଜାଣିବା ପରେ ଏହା ଚୋରା ଗୋରୁ ବୋଲି ଜାଣିବା ପରେ ସଙ୍ଗେ ସଙ୍ଗେ ନିଳଗିରି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି ଗୋରୁ ସହ ଗାଡ଼ି, ଗୋରୁ ବେପାରୀ, ଡ୍ରାଇଭର କୁ ଥାନାକୁ ଆଣିଥିଲେ। ଉଦ୍ଧାର ଗୋରୁକୁ ପୋଲିସ ରେମୁଣା ସ୍ଥିତ ଗୋଶାଳାରେ ଜୀମା ଦେଇଛନ୍ତି। କାହାଳିଆ ଗ୍ରାମର ଜଗେନ୍ଦ୍ର ଦାସ ଓ ଡ୍ରାଇଭର ଧୋବସିଳା ଗ୍ରାମର ବିଦ୍ୟାଧର ମଲ୍ଲିକ କୁ ଗିରଫ କରିଛନ୍ତି। ଏନେଇ ନିଳଗିରି ଥାନାରେ ୧୭୩/୨୫ରେ ଏକ ମାମଲା ରୁଜୁ କରାଯାଇଥିବାର ତଦନ୍ତକାରୀ ଅଫିସର ଦିଲ୍ଲୀପ ସେନାପତି ପ୍ରକାଶ କରିଛନ୍ତି।




